PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

୫ ଦିନ ହେଲା ଲାଇନ୍ ନାହିଁ: ଅନ୍ଧାରରେ ୬ ଗାଁ, ପ୍ରତିବାଦ କଲେ ଗ୍ରାମବାସୀ

ପାପଡାହାଣ୍ଡି ୨୩/୩: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତରେ ୫ ଦିନ ହେଲା ୬ଟି ଗାଁ ଅନ୍ଧାରରେ ରହିଛି । ଏନେଇ ଗ୍ରାମବାସୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ହେଲେ ଅଭିଯୋଗ କଲେ ନା ବିଭାଗୀୟ ଅଧିକାରୀ ନା ଟୋଲ ଫ୍ରି ନମ୍ବର କେଉଁଠୁ ବି ମିଳୁନି ସନ୍ତୋଷଜନକ ଉତ୍ତର । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ । ବିଜୁଳି ନ ମିଳିଲେ ଜୋରଦାର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ସୂଚନା ଅନୁଯାୟୀ ୫ ଦିନ ଧରି ବିଦ୍ୟୁତ ଅଚଳ ହେବା ଯୋଗୁଁ ଅନ୍ଧାରରେ ଘାଟଗୁଡା ଗ୍ରାମପଞ୍ଚାୟତର କାଙ୍ଗମାଝୀଗୁଡା, ଝାରପଦର, ସିରାଗୁଡା, ମିଞ୍ଜରିଆଗୁଡା, କାଳିଆଗୁଡା, ନୁଆଁଗୁଡା ଗ୍ରାମବାସୀ ଦୀର୍ଘ ଛଅ ଦିନ ଧରି ଅନ୍ଧାରରେ ରହିଛନ୍ତି । ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଦିନ ପରେ ଦିନ ଗଡି ଚାଲିଛି କିନ୍ତୁ ଗ୍ରାମର ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇପାରୁନି । ଏନେଇ ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କଲେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ କହୁଛନ୍ତି । ଅପରପକ୍ଷରେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କଲେ ବିନା ଟୋଲ ଫ୍ରି ର ଆଦେଶରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ବୋଲି ଉତ୍ତର ମିଳୁଛି । କେଉଁଠି ଅଭିଯୋଗ କରିଲେ ସେମାନଙ୍କ ସମସ୍ୟାର ସମାଧାନ ହେବ ସେ ନେଇ ଦ୍ଵନ୍ଦରେ ଗ୍ରାମବାସୀ ।

ଚଳିତ ମାସରେ ୪ ତାରିଖରେ ମଧ୍ୟ ଏଭଳି ବିଦ୍ୟୁତ ଅଚଳ ହୋଇଥିଲା । ବହୁ କଷ୍ଟରେ ୫ ଦିନ ପରେ ବିଦ୍ୟୁତ ବିଭାଗ ମରାମତି କରିଥିଲା । ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ମନମୁଖୀ ଯୋଗୁଁ ଏଭଳି ସମସ୍ୟା ହେଉଛି ବୋଲି ଗ୍ରାମବାସୀ କହିଛନ୍ତି । ବର୍ତ୍ତମାନ ମାର୍ଚ୍ଚ ମାସ ହେବା ଯୋଗୁଁ ବହୁ ଜୁଲମ କରି ଟଙ୍କା ଆଦାୟ କରି ନେଉଛନ୍ତି ବିଦ୍ୟୁତ ବିଭାଗ । ଲୋକଙ୍କ ନିକଟରେ ଟଙ୍କା ନଥିଲେ ମଧ୍ୟ ଧାର କରଜ କରି ଟଙ୍କା ବାନ୍ଧିଛନ୍ତି କିନ୍ତୁ ବିଜୁଳି ଆଲୁଅ ବିଜୁଳି ନ ଥିବାରୁ ଗ୍ରାମରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେଉଛି । ଗ୍ରାମରେ ଗୁରୁତର ରୋଗୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଛୁଆ ରହିଛନ୍ତି । ପ୍ରବଳ ଗରମ ହେଉଥିବାରୁ ସେମାନଙ୍କୁ ପଙ୍ଖାର ଆବଶ୍ୟକତା ରହିଛି । ଗରମରେ ସେମାନେ ଆଉଟୁ ପାଉଟୁ ହେଉଛନ୍ତି । ବର୍ତ୍ତମାନ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ପାଠ ପଢାରେ ସମସ୍ୟା ଦେଖା ଦେଉଛି । ଗାଁ ମାନଙ୍କରେ ବିବାହ କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିଛି କିନ୍ତୁ ବିଦ୍ୟୁତ ନାହିଁ ।

ଯଦି ବଡ଼ବଡ଼ିଆଙ୍କ ଯଦି ଏଭଳି ବିଜୁଳି ବିଭ୍ରାଟ ହୁଏ ତେବେ ତାହାର ସମାଧାନ କରିବା ପାଇଁ ପୁରା ବିଭାଗ ଲାଗି ପଡିଥାଏ କିନ୍ତୁ ସେମାନେ ଗରିବ ଲୋକ ବୋଲି ଅବହେଳା କରାଯାଉଥିବା ଅଭିଯୋଗ କରିବା ସହିତ ଯଦି ଖୁବ ଶୀଘ୍ର ମାମଲାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବୁ ବୋଲି ନରସିଂହ ଯାନୀ, ଭଗରତୀ ଯାନୀ, ପଦଲାମ ଯାନୀ ପୂରଣ ଯାନୀ, ଦୂର୍ଜନ ଯାନୀ, ମଦନ ଯାନୀ, ଶତ୍ରୁଘ୍ନ ଯାନୀ
ମକୁନ୍ଦ ଯାନୀ, ଡୋମୁ ଯାନୀ, ଲିଟି ଯାନୀ, ଗୋବର୍ଧନ ଯାନୀ ପ୍ରଦୀପ ଶତପଥୀ, ଘନ ଯାନୀ, ପାର୍ବତୀ ଯାନୀ, ବାବୁଲା ପାଇକ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏନେଇ ବିଭାଗୀୟ ଏସଡିଓକୁ ଯୋଗାଯୋଗ କରିବାରୁ ସେ କହିଥିଲେ କି ଗତକାଲି ହିଁ ଘଟଣା ବାବଦରେ ଅବଗତ ହୋଇଥିବା ଏବଂ କାଳବୈଶାଖୀ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବାରୁ ଓ କର୍ମଚାରୀ କମ ରହିଥିବା ଯୋଗୁଁ ବିଳମ୍ବ ହୋଇଛି । ତେବେ ଖୁବ ଶୀଘ୍ର ଏହାର ସମାଧାନ ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।