ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାନୀୟ ଜଳ ପାଇଁ ହନ୍ତସନ୍ତ ପୁଟୁକୁଳିଆ ବାସିନ୍ଦା,ଜାତୀୟ ରାଜପଥ ଦେଇ ଅଙ୍ଗନବାଡ଼ି କେନ୍ଦ୍ରରୁ ଆଣୁଛନ୍ତି ପାଣି

Published By : Anindita Ratha | February 11, 2025 8:12 AM

କେନ୍ଦୁଝର,୧୧/୦୨:  ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ପୁଟୁକୁଳିଆ ରୁଡ ସାହି ବାସିନ୍ଦା । ସାହିରେ ବହୁ ବର୍ଷ ପୂର୍ବରୁ ଧର୍ମକୁ ଆଖିଠାର ପରି ପ୍ରଶାସନ ପକ୍ଷରୁ ଏକ ନଳକୂପ ବସାଯାଇଥିଲା। ହେଲେ ସେଥିରୁ  ପାଣି ବାହାରୁ ନ ଥିଲା। ସାହି ଲୋକଙ୍କ ପାଇଁ ପାଇପ୍ ପାଣି ସକେ ଯେପରି ସାତ ସପନ। ଉକ୍ତ ସହିରେ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଲୋକ ବାସ କରୁଥିବା ବେଳେ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ଏହି ସାହିର ଲୋକମାନେ ଜୀବନକୁ ବାଜି ଲଗାଇ ୨୦ ନମ୍ବର ଜାତୀୟ ରାଜପଥ ପ୍ରାଧିକରଣର ଦୁଇ ଦୁଇଟି ସର୍ଭିସ୍ ରାସ୍ତା ସାଙ୍ଗକୁ ଦୁଇଟି ମୁଖ୍ୟ ରାସ୍ତା ଅତିକ୍ରମ କରି  ଅଧକିଲୋମିଟରୁ ଅଧିକ ରାସ୍ତା ଦୂର ଯିବା ପରେ ପଡ଼ିଆ ସାହି ଅଙ୍ଗୱାଡ଼ି କେନ୍ଦ୍ର ନଳକୂପକୁ ପାଣି ଆଣିବା ପାଇଁ ଯାଉଛନ୍ତି। 

ତେବେ ଜାତୀୟ ରାଜପଥକୁ ମହିଳାମାନେ ଗରା କଳସୀ ଧରି ବିପଦରେ ଅତିକ୍ରମ କରୁଛନ୍ତି। ସ୍ଥାନୀୟ ମହିଳାଙ୍କ କହିବା ଅନୁଯାୟୀ ପାଣି ପାଇଁ ଦୂର ବାଟ ଯିବା ସହ ରାସ୍ତା ବିପଦ ସାଜୁଛି। ଅହରହ ୪ଟି ରାସ୍ତାରେ ଦ୍ରୁତଗାମୀ ଗାଡ଼ି ଚାଲୁଛି । ଆଉ ତାହାରି ଭିତରେ ସାହି ବାସିନ୍ଦାଙ୍କ ପାଣି ପାଇଁ ଜୀବନ ବାଜିରେ ଲାଗୁଛି ବୋଲି କହିଛନ୍ତି। ଏନେଇ  ଗାଁର ଜଣେ ବୟସ୍କା ମହିଳା ନିୟର ଦେହୁରୀ କହିଛନ୍ତି ଯେ, ମୋତେ ଆସି ୭୦ ବର୍ଷ ହେଲାଣି । ଆମ ସାହିରେ ପାଣି ସମସ୍ୟା ଯାଉନି। ବହୁ ହୋଇ ଆସିଲା ବେଳୁ ଦେଖୁଛି ପର ଘର ଉପରେ ଭରଷା କରିବାକୁ ପଡ଼ୁଛି। ବର୍ଷା ଦିନରେ ଯେନତେନ ପ୍ରକାର ପାଣି ମିଳିଯାଏ। ଖରା ଦିନେ ଆସିଲେ ସାହିରେ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ସେହିପରି ସାହିର ଆଉ ଜଣେ ମହିଳା ମଞ୍ଜୁଲତା ଦେହୁରୀ  କହିଛନ୍ତି , ପିଇବା ପାଣି ପାଇଁ ଆମକୁ ବହୁତ୍ ହଇରାଣ ହରକତ ହେବାକୁ ପଡୁଛି। ବର୍ଷ ବର୍ଷ ଧରି ଜାତୀୟ ରାଜପଥକୁ ଅତିକ୍ରମ କରିବା ଆମ ପାଇଁ ସମ୍ପୂର୍ଣ୍ଣ ବିପଦ। ଟିକେ ଅବହେଳା ହେଲେ ଜୀବନ ଟ୍ରକ ତଳେ ରହିଯିବ । ଏପରି ସ୍ଥଳେ ଆମକୁ ପାଇବା ପାଇଁ ସଂଗ୍ରହ କରିବାକୁ ପଡ଼ୁଛି।

ସେହିପରି ସ୍ଥାନୀୟ ମହିଳା କୁନି ଦାସ କହିଛନ୍ତି,  ପାଣି ପାଇଁ ଆମେ ଯେଉଁ କଷ୍ଟ ପାଉଛୁ କିଏ ବୁଝିବ ସେ କଷ୍ଟ କଥା ପାଣି ସମସ୍ୟା ଦୂର ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ୟ୍ୟନ୍ତ ବର୍ଷ ବର୍ଷ ଧରି ଦୌଡୁଥିଲେ ମଧ୍ୟ ଆମ ଗୁହାରୀ ଶୁଣିବାକୁ କେହି ନାହିଁ। ଅନ୍ୟପଟେ ଏନେଇ ସ୍ଥାନୀୟ ସମିତି ସଭ୍ୟ ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି , ସାହିରେ ପାଣି ସମସ୍ୟା ରହିଛି। ଉକ୍ତ ସାହିରେ ଏକ ଗଭୀର ବୋରୱାଲର ଆବଶ୍ୟକତା ରହିଛି। ଏଥି ନିମନ୍ତେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହ ସମୀକ୍ଷା କରି ଲିଖିତ ଅଭିଯୋଗ କରାଯାଇଅଛି।ସଦର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ସାହି ବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଆସିଲେ ନଳକୂପ ଖନନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.