ନୟାଗଡ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

ନୟାଗଡ ୧୪/୨: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ନୟାଗଡ ଜିଲ୍ଲା ଫତେଗଡ ଥାନା ମାଳିବେରେଣୀ ଗାଁର ଘଟିଛି ଏଭଳି ଘଟଣା ।
ବିଜିପୁର ହାଇସ୍କୁଲର ଖେଳ ଶିକ୍ଷକ ବିଶ୍ୱନାଥ ମୁଦୁଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ଶିକ୍ଷକ ଜଣକ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ କାହାକୁ ନକହିବା ପାଇଁ ସେ ଛାତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲେ । ତେବେ ଛାତ୍ରୀ ଜଣକ ଘରେ ସବୁ କଥା କହିବା ପରେ ଗାଁ ଲୋକ ଅଭିଯୁକ୍ତ ଶିକ୍ଷକଙ୍କୁ ବାନ୍ଧି ମାଡ ମାରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ଘଟଣା ନେଇ ଥାନାରେ ଅଭିଯୋଗ ହୋଇନଥିବା କହିଛି ପୋଲିସ । ଅନ୍ୟପଟେ ଶିକ୍ଷକଙ୍କୁ ମାଡ ମାରିବା ସମୟର ଭିଜୁଆଲ ସୋସିଆଲ ଭାଇରାଲ ହେବାରେ ଲାଗିଛି ।