କର୍ଲାମୁଣ୍ଡା:୩/୭:   କର୍ଲାମୁଣ୍ଡା ବ୍ଲକ  ଯୋରାଡବରା   ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ର ଧାନ ମଣ୍ଡି ଓ ସାର ଗୋଦାମ କୁ ଯାଇଥିବା ରାସ୍ତା ଟି ଅତି ଶୋଚନୀୟ ହୋଇପଡିଛି।ସମବାୟ ସମିତିର ଏହି ଗୋଦାମ ଠାରୁ ଚାଷୀ ମାନେ ସାର,ବିହନ ଆଣିବାକୁ ହେଲେ ଉକ୍ତ ରାସ୍ତା ଦେଇ ଯିବା ଆସିବାକୁ ପଡୁଥାଏ l  ପ୍ରାୟ ୨୦୦ ମିଟରଯାଏ ମାଟି ରାସ୍ତା ହେଇଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତାଟି କର୍ଦମାକ୍ତ ହୋଇଥାଏ।ଫଳରେ ଚାଷୀ ମାନେ ଗୋଦାମ ଠାରୁ ସାର ବିହନ ଗୁଡିକ ନେବାରେ ଅସୁବିଧା ର ସମ୍ମୁଖୀନ ହେଉଥିବା ଚାଷୀ  ମାନେ ଅଭିଯୋଗ କରିଛନ୍ତି।  

ପୁଣି ଏହି ରାସ୍ତା ଦେଇ ଗ୍ରାମବାସୀ ଦୈନନ୍ଦିନ ଯାତାୟତ କରୁଥିବାରୁ ଏହାର ମରାମତି ତଥା ପୁନଃରୁଦ୍ଧାର ଆବଶ୍ୟକତା ରହିଛି l ଅନ୍ୟ ପଟେ ଗୋଦାମ ଘରକୁ ସମବାୟ ସମିତିର  ସାର ଓ ବିହନ ନିୟମିତ ଭାବେ ଟ୍ରକରେ ଏହି ରାସ୍ତାରେ ଯିବା ଆସିବା କରିବା ସହ ଚାଷୀ ମାନେ ଟ୍ରାକ୍ଟର ସାହାଯ୍ୟରେ ସାର ଗୁଡ଼ିକ ନେଉ ଥିବାରୁ ରାସ୍ତା ଟି ମରଣ ଯନ୍ତା ପାଲଟି ଥିବାର ଅଭିଯୋଗ ହେଉଛି।   ଫଳରେ  ଗ୍ରାମ ବାସୀ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିଥିବା ସମବାୟ ସମିତିର ସଭାପତି ଦେବରାଜ ରଣା କହିଛନ୍ତି।ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ରାସ୍ତାକୁ ସ୍ଥାୟୀ ଭାବେ ମରାମତି କରିବାକୁ ଦାବୀ ହେଉଛି l