ଗାଁକୁ ଆସୁନଥିଲା ସୂର୍ଯ୍ଯକିରଣ, ଗ୍ରାମବାସୀ ନିଜ ପାଇଁ ତିଆରି କରିଦେଲେ ଏକ ନୂଆ ସୂର୍ଯ୍ଯ

source:m.dailyhunt.in
କୁହାଯାଏ ଦୃଢ ଇଛାଶକ୍ତି ଓ ମନୋବଳ ଥିଲେ ସବୁ କଠିନ କାର୍ଯ୍ଯ ମଧ୍ୟ ସମ୍ବବ ହୋଇଥାଏ । ଏମିତି ଏକ ଆଚମ୍ବିତ କାର୍ଯ୍ଯ କରି ଦେଖାଇଛନ୍ତି ଇଟଲୀର ଏକ ଗାଁର ଗ୍ରାମବାସୀ । ଏମାନେ ନିଜ ଚେଷ୍ଟା ଦ୍ୱାରା ଏକ ନୂଆ ସୂର୍ଯ୍ଯ ଉଦୟ କରାଇଦେଇଛନ୍ତି । ଏହା ଶୁଣି ଆଶ୍ଚର୍ଯ୍ଯ ଲାଗୁଥିବ କିନ୍ତୁ ଏହି ଘଟଣା ସମ୍ପୂର୍ଣ୍ଣ ସତ୍ଯ ।
ସୂର୍ଯ୍ଯ କିରଣ ପାଇଁ ବିକଳ ହେଉଥିଲେ ଲୋକେ
ଇଟଲୀର ଏକ ଗ୍ରାମ ହେଉଛି ବିଗଲ୍ଲେନା । ଏହି ଗ୍ରାମଟି ୧୩୦ କିଲୋମିଟର ତଳେ ଅବସ୍ଥିତ । ଏଠାରେ ଅନେକ ବଡ ବଡ ପାହାଡ ରହିଛି । ଏହି ପାହାଡ କାରଣରୁ ସୂର୍ଯ୍ଯଙ୍କ କିରଣ ଗାଁରେ ପହଞ୍ଚିପାରୁନଥିଲା । ବହୁତ ବର୍ଷ ଧରି ଏଠାକାର ଲୋକମାନେ ସୂର୍ଯ୍ଯ କିରଣ ପାଇଁ ବ୍ଯାକୁଳ ହେଉଥିଲେ । ଦିନେ ଏହି ଗାଁର ଜଣେ ଇଞ୍ଜିନିୟର ତଥା ଆର୍କିଟେକ୍ଚର ଏମିତି ଏକ ଉପାୟ ଚିନ୍ତା କଲେ ଯାହାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ଯ ହୋଇଗଲେ ।
୨ୟ ସୂର୍ଯ୍ଯ ଉଦୟ କରିଦେଲେ
ସମସ୍ତେ ବହୁତ ପରିଶ୍ରମ କରି ଟଙ୍କା ଜମା କରି ଏକ ବଡ କାଚ(ଦର୍ପଣ) କିଣିଲେ ଯାହାକି ୪୦ ବର୍ଗ କିଲୋମିଟର ପର୍ଯ୍ଯନ୍ତ ଥିଲା । କାଚକୁ ପାହାଡରେ ଏମିତି ଲଗାଇଲେ ଯେ ଯେମିତି ସୂର୍ଯ୍ଯଙ୍କ କିରଣ ସିଧା କାଚ ମଧ୍ୟ ଦେଇ ଗାଁରେ ପହଞ୍ଚିପାରିବ । ତା ପରଦିନ ଯେତେବେଳେ ସୂର୍ଯ୍ୟ ଉଦୟ ହେଲା ଗ୍ରାମବାସୀ ଏକ ନୂଆ ସୂର୍ଯ୍ଯର କିରଣ ପାଇଲେ ।