PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପିଇଓଙ୍କୁ ପଂଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ଉମରକୋଟ ୧୨।୯: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବଡ ଟେମେରା ପଞ୍ଚାୟତ ପିଇଓ କାଳିପଦ କୀର୍ତ୍ତନିଆଙ୍କୁ ପଂଚାୟତ ଭିତରେ ରଖି ତାଲା ପକେଇ ଦେଇଥିଲେ। ବିଭିନ୍ନ ସରକାରୀ କାମର ଘୋଟଲା ଏବଂ କାର୍ଯ୍ୟରେ ଅବହେଳା କରୁଥିବା ପ୍ରତିବାଦରେ  ଗ୍ରାମବାସୀ ତାଲା ପକେଇ ଦେଇଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଟେମେରା ଠାରେ ପଲ୍ଲିସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ଦିନ ତମାମ ଗ୍ରାମବାସୀ ଆସି ପଂଚାୟତଠାରେ ଅପେକ୍ଷା କରିଥିଲେ ମଧ୍ୟ, ପିଇଓଙ୍କ ଦେଖା ମିଳିନଥିଲା । ଏଭଳି ପୂର୍ବରୁ ମଧ୍ୟ ପିଇଓ ଅବହେଳା କରୁଥିବାକୁ ନେଇ ଲୋକଙ୍କ ରାଗ ଉଗ୍ର ରୂପ ନେଇଥିଲା l ଶେଷରେ ଏହାର ଫଇସଲା ଦାବି କରି ପିଇଓଙ୍କୁ ପଂଚାୟତ ଭିତରେ ରଖି ତାଲା ପକେଇ ଦେଇଥିଲେ l ଲୋକଙ୍କ ଅଭିଯୋଗ ଅନୁସାରେ ଉକ୍ତ ଅଂଚଳରେ ପିଇବା ପାଣିଠାରୁ ଆରମ୍ଭ କରି କୌଣସି ବିକାଶମୂଳକ କାମ ହେଉନଥିବା, ଗ୍ରାମବାସୀଙ୍କୁ ପଲ୍ଲିସଭା ରିପୋର୍ଟ ମାଗିଲେ ଏହାକୁ ଗୁପ୍ତ ରଖୁଥିବା, ନିଜ ମନ ମୁତାବକ କାର୍ଯ୍ୟ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଥିଲେ ଏଭଳିକି ୩୫ଜଣଙ୍କ ରାସନ କାର୍ଡ ନଦେଇ ପାଖରେ ରଖିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ l

ଏହା ପୂର୍ବରୁ ଅନେକଥର ପଞ୍ଚାୟତରେ ପିଇଓଙ୍କ ଅବହେଳାକୁ ନେଇ ଗ୍ରାମବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକରେ ମଧ୍ୟ ଅଭିଯୋଗ  କରିଥିବା ପ୍ରକାଶ କରିଛନ୍ତି l ତେବେ କୌଣସି ସୁଫଳ ମିଳି ନଥିବା ବେଳେ ବାରମ୍ବାର ଅଂଚଳବାସୀଙ୍କ ପ୍ରତି ଅବହେଳା କରୁଥିବା ହେତୁ  ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି l

ତେବେ ପଞ୍ଚାୟତ ଅଫିସରେ ପିଇଓଙ୍କୁ ତାଲା ପକେଇ ରଖାଯାଇଥିବା ବେଳେ ଝରିଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ ନାୟକ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଆଶ୍ବସନା ଦେବା ପରେ ଲୋକେ ପିଇଓ ଙ୍କୁ ମୁକୁଳାଇ ଥିଲେ l ତେବେ ପ୍ରଶାସନ ଯଦି ଅଂଚଳର ସମସ୍ୟା ପ୍ରତି ଗୁରୁତ୍ବ ନଦିଅନ୍ତି ତେବେ ବାରମ୍ବାର ଏଭଳି ଆନ୍ଦୋଳନ କରାଯିବ ବୋଲି କହିଥିଲେ l

ସମ୍ବନ୍ଧିତ ଖବର