ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ନେଟୱର୍କ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

Published By : Anindita Ratha | May 20, 2025 10:17 AM

ଫିରିଙ୍ଗିଆ,୨୦/୦୫: ମୋବାଇଲ୍ ନେଟଓ୍ବାର୍କରୁ ବଞ୍ଚିତ ଆଦିବାସୀ ଅଞ୍ଚଳର ଲୋକେ । ନେଟଓ୍ବର୍କ ନଥିବାରୁ କୌଣସି ଅନଲାଇନ୍ କାର୍ଯ୍ୟ ହେଇପାରୁନାହିଁ । ଫଳରେ ପ୍ରତିଦିନ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପବିଙ୍ଗିଆ ପଞ୍ଚାୟତର ବବଡିଙ୍ଗିଆ ଗାଁରୁ । ଏଠାରେ ୭୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିଲେ ମଧ୍ୟ ଗାଁରେ ମୋବାଇଲ ନେଟଓ୍ବର୍କର ସୁବିଧା ନାହିଁ । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ରାଜରାସ୍ତା ଓହ୍ଲାଇବେ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

ଛାତ୍ରଛାତ୍ରୀ ପାଠପଢା ଠାରୁ ଚାକିରି ଆଦି କ୍ଷେତ୍ରରେ ନେଟୱର୍କ ଆବଶ୍ୟକ ହେଉଛି । ମାତ୍ର ଏଠାରେ ନେଟୱର୍କ ସମସ୍ୟା ରହିଥିବାରୁ ଏସବୁ କାମ ବାଧାପ୍ରାପ୍ତ ହେଉଛି । ଏପରି କି ବ୍ୟାଙ୍କ ଠାରୁ ସରକାରୀ କାମ ପାଇଁ ଆସୁଥିବା ବିଭିନ୍ନ ଲୋକ ଅସୁବିଧା ଭୋଗୁଛନ୍ତି । ତେଣୁ ବବଡିଙ୍ଗିଆ ଗାଁରେ ମୋବାଇଲ୍ ନେଟୱର୍କ ସ୍ଥାପନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି । ଏହି ବବଡିଙ୍ଗିଆ ଗାଁ ଦୁଇ ନମ୍ବର ଉଆଢରେ ରହିଥିବା ବେଳେ ବବଡିଙ୍ଗିଆ,କାମ୍ବାପଡା, ବେଙ୍ଗସିପଦର, ଜେନାପଡ଼ା, ତେଣ୍ଡି ପଡ଼ା, ପାଙ୍ଗାପଡା, ବାଡିପଦର, ପିଢ଼ାପଡ଼ା ଭଳି ୮ଟି ସାହି ନେଟୱର୍କ ସମସ୍ୟା ଘେରରେ ରହୁଛନ୍ତି । ଆଗାମୀ ଦିନରେ ଯଦି ନେଟୱର୍କ ସ୍ଥାପନ ନ ହୁଏ ତାହା ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଜିଓ ନେଟୱର୍କ ସ୍ଥାପନ ନିମନ୍ତେ ଗ୍ରାମବାସୀ ଶ୍ରୀବତ୍ସ ଦିଗାଲ, ନରେଶ ପ୍ରଧାନ, ଶୁଶିଳ ସାହୁ, ରାଜୁ ରଣା, ହେମନ୍ତ କୁମାର ସାହୁ, ନିରଞ୍ଜନ ରଣା, ଅଜିତ୍ ପ୍ରଧାନ, ଗୋପବନ୍ଧୁ ସାହୁ, ଦିବ୍ୟ ଲୋଚନ ସାହୁ, ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.