ପ୍ରମୂଖ ଖବର
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆରଆଇ ଅଫିସ୍ ସାମ୍ନାରେ ଗାଈ-ଗୋରୁ ବାନ୍ଧି ଧାରଣା; ପ୍ରଶାସନର ହସ୍ତକ୍ଷେପ ପରେ ମାନିଲେ ଗ୍ରାମବାସୀ

Published By : Harapriya Sethi | June 30, 2025 2:41 PM

କେସିଙ୍ଗା ଏନ୍ଏସି, ୩୦/୦୬: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍  ସୁରୁନାଭଟା ଗ୍ରାମବାସୀଙ୍କ ଅଭିବନ ଧାରଣା । କଶୃପଡ଼ା ପଞ୍ଚାୟତରେ ଗୋଚର ଜମି ନଥିବାରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆଗାରେ ଗାଈ-ଗୋରୁ ବାନ୍ଧି ଧାରଣ ଦେଇଥନ୍ତି ଗାଁ ଲୋକ । ସ୍ଥାନୀୟ ଅଞ୍ଚଳରେ ଅନେକ ଗୋଚର ଜମି ଜବରଦଖଲରେ ରହିଛି । ଏନେଇ ଗ୍ରାମବାସୀ ପୂର୍ବରୁ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ ପ୍ରଶାସନ ଜବରଦଖଲ ହଟାଉନଥିବାରୁ ବାଧ୍ୟ ଆରଆଇ ଅଫିସ୍ ଆଗରେ ଗାଈ-ଗୋରୁଙ୍କୁ ବାନ୍ଧିଛନ୍ତି ଗାଁ ଲୋକ ।

ସୂଚନା ମୁତାବକ, ସୁକୁନାଭଟା ମୌଜାରେ ୫୨ ଏକର ଗୋଚର ଜମି  ଏବଂ ୨୦ ରୁ ୪୦ ଏକର ଜଳଚର ଜମି ରହିଛି । କିନ୍ତୁ ନ୍ୟର୍ଥ ସ୍ବାର୍ଥ ବ୍ୟକ୍ତି ଏହାକୁ ଜବରଦଖଲ କରି ରଖିଛନ୍ତି । ଫଳରେ ଗ୍ରାମବାସୀ ଗୃହପାଳିତ ପଶୁ ଅର୍ଥାତ୍ ଗାଈ-ଗୋରୁଙ୍କୁ ଚରାଇ ପାରୁନାହାନ୍ତି । ବର୍ଷା ଦିନରେ ଅଧିକାଂଶ ସମୟରେ ଶତାଧିକ ଗୋରୁ-ଗାଈ ଉପାସ ରହୁଛନ୍ତି । ତେଣୁ ଗାଁ ନାଁରେ ଥିବା ଜବରଦଖଲ ଜମିକୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନ ଆଗରେ ଗୁହାରି ଲଗାଇଛନ୍ତି । ହେଲେ ଏଥିରେ କୌଣସି ସୁଫଳ ମିଳିବାରୁ ବାଧ୍ୟ ହୋଇ  ୭୦ରୁ ଅଧିକ ଗାଈ-ଗୋରୁଙ୍କୁ କୃଶପଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବାନ୍ଧି ଧାରଣା ଦେଇଥିଲେ ।

ଗ୍ରାମବାସୀଙ୍କ କହିବାନୁଯାୟୀ, ପୂର୍ବରୁ ସୁକୁନାଭଟା ଗ୍ରାମର ଗୋଚର ଜମି ଏବଂ ଜଳଚର ଜମି ଚିହ୍ନଟ କରାଇଦେବା ପାଇଁ କଶୃପଡା ରାଜସ୍ୱ ନିରୀକ୍ଷକ ଅଧିକାରୀ, କେସିଙ୍ଗା ତହସିଲଦାର ଏବଂ ଶେଷରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ ଦେଇଥିଲେ । ଏହା ସତ୍ତ୍ଵେ କୌଣସି ଲାଭ ନହେବାରୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଏଭଳି ଅଭିବନ ଉପାୟରେ ଧାରଣା ଦେଇ ଗୋଚର ଏବଂ ଜଳଚର ଜମି ଚିହ୍ନଟ ପାଇଁ ଦାବି କରିଥିଲେ । କେସିଙ୍ଗା ଅତିରିକ୍ତ ତହସିଲଦାର ହରିସିଂ ମାଝୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଆସନ୍ତା ୩ ଦିନ ଭିତରେ ପ୍ରଶାସନ ପକ୍ଷରୁ ଗାଁର ଗୋଚର ଏବଂ ଜଳଚର ଜମି ଚିହ୍ନଟ କରାଯିବ ନେଇ ପ୍ରତିଶ୍ରୁତି ଦେବା ପରେ ଲୋକେ ଧରଣାରୁ ହଟିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.