ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ହିଂସାକାଣ୍ଡ,୪ ବିଜେପି କର୍ମୀଙ୍କ ମୃତ୍ୟୁ

କୋଲାକାତା,୯।୬: ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ନେଜାଟ ଥାନା ଅନ୍ତର୍ଗତ ଦୁଇ ନମ୍ବି ବ୍ଲକରେ ଶନିବାର ଦଳୀୟ ପତାକା ଲଗାଇବା କାରଣ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ଭିତରେ ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ବିଜେପିର ୪ ଜଣ ଓ ତୃଣମୂଳ କଂଗ୍ରେସର ଜଣେ ସମର୍ଥକଙ୍କ ମୃତ୍ୟୁ ଘଟିଛି। ମାମଲାକୁ ନେଇ ବିଜେପି ନେତା ମୁକୁଲ ରାୟ କହିଛନ୍ତି ଟିଏମସିର ଗୁଣ୍ଡା ଆକ୍ରମଣ କରିଥିଲେ ଓ ଆମର ୪ ଜଣ କର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଟିଏମସି ନେତା ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆତଙ୍କରେ ସାମିଲ ଅଛନ୍ତି। ଆମେ ମାମଲାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା, କୈଳାଶ ବିଜୟବର୍ଗୀୟ ଓ ପ୍ରଦେଶ ମୁଖ୍ୟଙ୍କୁ ମେସେଜ ଦେଇଛୁ।

ରାୟଙ୍କ କହିବା ଅନୁସାରେ ସାଂସଦଙ୍କ ଏକ ଦଳ ସୋମବାର ସନ୍ଦେଶଖାଲି ଗସ୍ତରେ ଯିବେ। ସାଂସଦମାନେ ସେଠାରୁ ଫେରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରିବେ ଓ ଗୃହମନ୍ତ୍ରଣାଳୟକୁ ପଠାଇବେ। ଆମେ ଏହି ହତ୍ୟାକାଣ୍ଡର ବିରୋଧ ଲୋକତାନ୍ତ୍ରିକ ପଦ୍ଧତିରେ କରିବୁ। ମାମଲାକୁ ନେଇ ବିଜେପି ରାଷ୍ଟ୍ରୀୟ ସଚିବ କୈଳାଶ ବିଜୟବର୍ଗୀୟ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ଓ ମୋର ଆଶା ରହିଛି କେନ୍ଦ୍ର ଏହାକୁ ଗମ୍ଭୀର ଭାବରେ ନେବେ। ଘଟଣାକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ବିଜେପି ସମର୍ଥକ ସନ୍ଦେଶଖାଲିର ବିଭିନ୍ନ ଅଞ୍ଚଳରେ ଦଳୀୟ ପତକା ଓ ବ୍ୟାନର ଲଗାଇଛନ୍ତି। ଏହାକୁ ତୃଣମୂଳ କଂଗ୍ରେସ କର୍ମୀ ବିରୋଧ କରୁଥିଲେ। ମାମଲାରେ ଶନିବାର ସନ୍ଧ୍ୟାରେ ସନ୍ଦେଶଖଶଲିରେ ତୃଣମୂଳ କଂଗ୍ରେସ ପକ୍ଷରୁ ରାଲି ବାହାର କରଯାଇଥିଲା। ଅଭିଯୋଗ ରହିଛି ଯେ ସେ ସମୟରେ କିଛି ଲୋକ ରାଲି ଉପରେ ବହୁ ରାଉଣ୍ଡ ଫାୟରିଂ କରିଥିଲେ। ଗୋଟିଏ ଗୁଳି ଟିଏମସି କର୍ମୀ କୟୁମ ମୋଲ୍ଲା(୨୪)ର ମୁଣ୍ଡ ଉୁପରେ ଲାଗିଥିଲା। ଏହାପରେ ଅପରାଧୀମାନେ ମାରଣାସ୍ତ୍ରରେ ହତ୍ୟା କରିଥିଲେ। ଏହି ଘଟଣାପରେ ଟିଏମସି କର୍ମୀମାନେ ୪ ଜଣ ବିଜେପି କମୀଙ୍କୁ ହତ୍ୟା କରିଥିଲେ। ତେବେ ବିଜେପି ପକ୍ଷରୁ କୁହାଯାଇଛି ଏପର୍ଯ୍ୟନ୍ତ ଦଳର ୫ ଜଣଙ୍କର ମୃତ୍ୟୁ ହୋଇସାରିତିବା ବେଳେ ୧୮ ଜଣ ନିଖୋଜ ହୋଇଛନ୍ତି।