PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଅଳ୍ପକେ ବର୍ତ୍ତିଲା Titanic ଭଳି ଦୁର୍ଘଟଣା; ବରଫ ଚଟାଣରେ ଧକ୍କା ହେବା ଆଗରୁ ଜାହାଜକୁ ବୁଲାଇଦେଲେ କ୍ୟାପଟେନ୍, ଭାଇରାଲ ହେଲା ଭିଡିଓ

Image Courtesy : Twiitter/donships1

ଆଲାସ୍କା,୩୦/୦୬: ନରଓ୍ବେର ଏକ ଜାହାଜ ଭିତରେ ଯାତ୍ରୀମାନେ ଭୟଭିତ ଅବସ୍ତାରେ ଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କାହଁକି ନା ଏହି ଜାହାଜ ସହିତ ଟାଇଟାନିକ ଭଳି କିଛି ଘଟଣା ଘଟିବାକୁ ଯାଉଥିଲା। ସୂଚନା ଥାଉକି ଆଲାସ୍କା ପାଖାପାଖି ଦେଇ ଯାଉଥିବା ଏହି ଜାହାଜଟି ଏକ ବିରାଟ ବରଫ ଚଟାଣ ସହିତ ଧକ୍କା ହୋଇ ଯାଇଥିଲା। ସିଏନଏନର ରିପୋର୍ଟ ମୁ୍ତାବକ ନରଓ୍ବେର ଏହି ଜାହାଜ ସନସିପ୍‌ ପାଖାପାଖି ରାତି ୯ଟା ବେଳକୁ ହବାର୍ଡ ଗ୍ଳାସିୟର ଆଡ଼କୁ ଯାତ୍ରା କରୁଥିବା ବେଳେ ସକାଳୁ ସକାଳୁ ଅଚାନକ୍ ଏକ ବଡ଼ ବରଫ ଚଟାଣ ସହିତ ଧକ୍କା ହୋଇଥିଲା।

ଜାହାଜରେ ଉପସ୍ଥିତ ଥିବା କିଛି ଯାତ୍ରୀ ଏହି ଦୁର୍ଘଟଣାକୁ ମୋବାଇଲରେ ଭିଡିଓ ସୁଟ୍‌ କରି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ। ତେବେ ସମୁଦ୍ର ମଝିରେ ବରଫ ଚଟାଣ ସହିତ ଜାହାଜଟି ଧକ୍କା ହେବା ପରେ ସମସ୍ତ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ‌ଥା ହେଉଛି ଯାହାଜଟି ଧକ୍କା ହେବା ପରେ ବହୁତ ଜୋରରେ ଜୁଆର ସୃଷ୍ଟି ହେବା ସହିତ ଜାହାଜ ବୁଡ଼ିବାକୁ ଲାଗିଥିଲା, ଫଳରେ ଯାତ୍ରୀମାନେ ଭୟଭିତ ହୋଇ ଚିତ୍କାର କରିବାକୁ ଲାଗିଥିଲେ।

ଏହି ବରଫର ଚଟାଣଟି ଦୁଇ ମିଟରରୁ କମ୍‌ ଥିଲା ଏବଂ ପାଖାପାଖି ଏକ ମିଟର ପର୍ଯ୍ୟନ୍ତ ପାଣି ଭିତରେ ବୁଡ଼ି ରହିଥିଲା। ଆଉଟଲେଟର ରିପୋର୍ଟ ମୁତାବକ, ଜାହାଜ କମ୍ପାନୀ କହିଛି ଯେ, ସେହିଠାରୁ ହିଁ  ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ତେବେ ଯାହାଜର ସୁରକ୍ଷା ଯାଞ୍ଚ କରିବା ପାଇଁ ତାକୁ ଯଥାସମ୍ଭବ ଜୁନେଉ ଉପକୂଳକୁ ନିଆଯାଇଥିଲା। ଜାହାଜର ସମସ୍ତ ଯାଞ୍ଚପରେ ସବୁକିଛି ଠିକ୍‌ ରହିଥିବା ନ କହିବା ପର୍ଯ୍ୟନ୍ତ ଯାତ୍ରା ସ୍ଥଗିତ ରହିବା କ‌ଥା କହିଥିଲେ ଜାହାଜ କର୍ତ୍ତୁପକ୍ଷ। ତେବେ ଯାହା ବି ହେଉ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଜାହାଜ ଓ ଯାତ୍ରୀମାନେ।