ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଘୋଡାରେ ବସି ପରୀକ୍ଷା ଦେବାକୁ ଯାଉଛନ୍ତି ଏହି ଛାତ୍ରୀଜଣକ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୮।୪: ସୋସିଆଲ ମିଡିଆରେ ଆଜିକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଛାତ୍ରୀ ଘୋଡା ଚଢିକି ଯାଉଛନ୍ତି। ଏହି ଭିଡିଓକୁ ଲକ୍ଷାଧିକ ଲୋକ ମଧ୍ୟ ସେୟାର କରିସାରିଛନ୍ତି। ସ୍କୁଲ ଡ୍ରେସ ପିନ୍ଧିଥିବା ଏହି ଛାତ୍ରୀଜଣକ  କେରଳର ତ୍ରିଶୁରରେ ରୁହନ୍ତି, ସେ ଘୋଡା ଚଢି ୧୦ମ ପରୀକ୍ଷା ଦେବାକୁ ସ୍କୁଲ ଯାଉଛନ୍ତି।

wp:html /wp:html

ଏହି ଭିଡିଓଟିକୁ ବହୁ ସଂଖ୍ୟାରେ ଫେସବୁକ୍ ଏବଂ ଟ୍ବିଟରରେ ସେୟାର ଓ ଲାଇକ୍ କରାଯାଉଛି। ଭିଡିଓଟିକୁ ବିଶିଷ୍ଟ ଉଦ୍ୟୋଗପତି ଓ ମହିନ୍ଦ୍ରାର ସଂସ୍ଥାପକ ଆନନ୍ଦ ମହିନ୍ଦ୍ରା ମଧ୍ୟ ସେୟାର କରିଛନ୍ତି ଓ ତାଙ୍କ ପୋଷ୍ଟରୁ ମଧ୍ୟ ହଜାର ହଜାର ଳୋକ ଏହାକୁ ରିଟ୍ବିଟ୍ କରିଛନ୍ତି। ଏହା ସହ ସେ ଲେଖିଛନ୍ତି ’ସୁନ୍ଦର! ଏହି କ୍ଲିପ ଭାଇରାଲ ହେବାର ଦରକାର। ଏହା ମଧ୍ୟ ଅତୁଲ୍ୟ ଭାରତର ଅଟେ।’ କ‘ଣ ତ୍ରିଶୁରର ଏହି ଝିଅଟିକୁ କେହି ଜାଣିଛନ୍ତି? ମୋତେ ନିଜର ସ୍କ୍ରିନ୍ ସେଭର ଭାବରେ ତାଙ୍କର ଓ ତାଙ୍କ ଘୋଡାର ଫଟୋ ଦରକାର। ସେ ମୋ ପାଇଁ ହିରୋ... ତାଙ୍କର ସ୍କୁଲ ଯିବାର ଦୃଶ୍ୟ ମୋତେ ଭବିଷ୍ୟତ ପାଇଁ ଆଶାବାଦୀ କରିଦେଇଛି।’

wp:html /wp:html

ଭିଡିଓରେ ଦେଖିବାକୁ ମିଳୁଛି ଝିଅଟି ଏକ ଟ୍ରାଫିକ୍ ଗହଳି ରାସ୍ତାରେ ଘୋଡା ଚଢିକି ଯାଉଛନ୍ତି। ସେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ବେଳେ କାନ୍ଧରେ ବ୍ୟାଗ୍ ପକାଇଛନ୍ତି। ଧଳା ଘୋଡାରେ ବସି ଖୁବ୍ ଦ୍ରୁତ ଗତିରେ ଯାଉଛନ୍ତି। ବହୁ ୟୁଜର ଏହି ଭିଡିଓକୁ ଦେଖିବା ପରେ ଏହାକୁ ନାରୀ ସଶକ୍ତିକରଣ ବୋଲି କହୁଛନ୍ତି। ଆଉ କିଛି ଛାତ୍ରୀ ଜଣଙ୍କର ବାହାଦୁରୀକୁ  ନେଇ ମଧ୍ୟ ସାବାସୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.