PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ୟୁନିଫର୍ମରେ ନାଗିନ୍ ଡ୍ୟାନ୍ସ କରୁଥିବା ନଜର ଆସିଲା ୟୁପି ପୋଲିସ, ଭିଡିଓ ଭାଇରାଲ

ଲକ୍ଷ୍ନୌ ୧୭/୮: ଉତ୍ତର ପ୍ରଦେଶ ପୋଲିସ କ୍ରାଇମ୍ କଣ୍ଟ୍ରୋଲ କରିବା ସହିତ ଅନ୍ୟ ଦୁଃସାହସିକ କାମ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାଏ । ନିକଟରେ ୟୁପି ପୋଲିସର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ୨ ପୋଲିସ କର୍ମୀ ନାଗିନ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓକୁ ଲୋକମାନେ ଟ୍ୱିଟର, ଫେସବୁକ୍ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ୍ସରେ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଉତ୍ତର ପ୍ରଦେଶର କିଛି ପୋଲିସକର୍ମୀଙ୍କୁ ସ୍ୱାଧୀନତା ଦିବସ ଉତ୍ସବ ପାଳନ ଅବସରରେ ୟୁନିଫର୍ମରେ ନାଗିନ୍ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ଭିଡିଓ ପିଲିଭିତର ପୁରନପୁର ପୋଲିସ ଷ୍ଟେସନର ।

କହିରଖୁଛୁ ୭୬ ତମ ସ୍ୱାଧୀନତା ଦିବସରେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଗଲା । ପୋଲିସ ବିଭାଗ ମଧ୍ୟ ଆଜାଦିର ଅମୃତ ମହୋତ୍ସବକୁ ଧୁମଧାମରେ ପାଳନ କରିଥିଲା । ଏହି ଅବସରରେ ସବୁ ସ୍ଥାନରେ ସ୍ୱାଧୀନତା ଦିବସ ଉତ୍ସବ ରୂପେ ପାଳନ କରାଗଲା । ଏହି କ୍ରମରେ ପୁରନପୁର ଥାନାର ଏହି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପୋଲିସ ମସ୍ତି ଭରା ମୁଡରେ ନଜର ଆସୁଛି ଏବଂ ନାଗିନ୍ ଡ୍ୟାନ୍ସ ମଧ୍ୟ କରିଛି ।

ଭିଡିଓରେ ଜଣେ ଇନ୍ସପେକ୍ଟରଙ୍କୁ ବିନ୍ ବଜାଉଥିବା ଭୂମିକାରେ ଏବଂ ଅନ୍ୟ ଜଣଙ୍କୁ ନାଗିନ୍ ଡ୍ୟାନ୍ସ କରୁଥିବା ନଜର ଆସିଛି । ଏହି ସମୟରେ ଅନ୍ୟ ପୋଲିସକର୍ମୀମାନେ ମଧ୍ୟ ସାମିଲ ହୋଇ ଏକାଠି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ପୁରନପୁର ଥାନାର ଜଣେ ପୋଲିସକର୍ମୀ ଜଣାଇଛନ୍ତି କି ନାଗିନ୍ ଡ୍ୟାନ୍ସର ଭିଡିଓ ଭାଇରାଲ ହୋଇଛି କିନ୍ତୁ ଏହାକୁ ନେଇ କୌଣସି ଅଭିଯୋଗ କରାଯାଇନି । ସେ କହିଛନ୍ତି କି ଯଦି କେହି ଏସମ୍ବନ୍ଧରେ ଅଭିଯୋଗ କରେ ତେବେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ।