PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଫେଡେରରଙ୍କୁ ଭେଟିଲେ କୋହଲି

ମେଲବୋର୍ଣ୍ଣ, ୧୯ ।୧ (ଏଜେନ୍ସି): ଅଷ୍ଟ୍ରେଲିଆ ବିପକ୍ଷରେ ଐତିହିସକ ଦିନିକିଆ ସିରିଜ୍‌ ବିଜୟୀ ହେବା ପରେ ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ଆଜି ଅଷ୍ଟ୍ରେଲିଆନ ଓପନ ଦେଖିବାକୁ ଯାଇଥିଲେ । ଭିଭିଆଇପି ଗ୍ୟାଲେରୀରେ ବସି ଉଭୟ ମ୍ୟାଚ୍‌ ଦେଖିଥିଲେ । ମ୍ୟାଚ୍‌ ଦେଖି ସାରିବା ପରେ କିମ୍ବଦନ୍ତୀ ଟେନିସ ତାରକା ରୋଜର ଫେଡେରରଙ୍କୁ ଭେଟିଥିଲେ କୋହଲି । ବେଶ କିଛି ସମୟର ବାର୍ତ୍ତାଳାପ ପରେ ଫେଡେରରଙ୍କ ସହ କୋହଲି ଦମ୍ପତି ଫଟୋ ଉଠାଇଥିଲେ । ଯେଉଁ ଫଟୋ ଗୁଡ଼ିକୁ କୋହଲି ନିଜ ଟ୍ୱିଟର ପୃଷ୍ଠାରେ ସେୟାର କରିଛନ୍ତି ।
ଅଷ୍ଟ୍ରେଲିଆ ଗସ୍ତରେ ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ଦିନିକିଆ ସିରିଜ୍‌ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି । ପୂର୍ବରୁ ଭାରତ କେବେ ଅଷ୍ଟ୍ରେଲିଆ ମାଟିରେ ଦିନିକିଆ ସିରିଜ୍‌ ଜିତି ନଥିଲା । ସେମିତି ଏକାସଙ୍ଗରେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତିବା ମଧ୍ୟ ଟିମ୍‌ ଇଣ୍ଡିଆ ପାଇଁ ଐତିହାସିକ ସଫଳତା ଥିଲା ।

ସମ୍ବନ୍ଧିତ ଖବର