ଶତକ ଠାରୁ ବହୁ ଦୂରରେ ବିରାଟ କୋହଲି, ରନ ମେସିନ୍ଙ୍କୁ ଆଉଟ କରି ନୂଆ ରେକର୍ଡ କଲେ ବେନ ଷ୍ଟୋକ୍ସ

ନୂଆଦିଲ୍ଲୀ, ୦୪/୦୭ : ଶତକ ତ ଦୂରର କଥା ଏବେ ବଡ଼ ସ୍କୋର ଠାରୁ ବହୁ ଦୂରରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି। ବର୍ମିହାଂମ୍ରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍ରେ ବିରାଟଙ୍କ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରଥମ ମ୍ୟାଚ୍ରେ ୧୧ ରନ୍ରେ ଆଉଟ୍ ହୋଇଥିବା ବିରାଟ ଦ୍ଵିତୀୟ ମ୍ୟାଚ୍ରେ ମାତ୍ର ୨୦ ରନ୍ରେ ଆଉଟ୍ ହୋଇଛନ୍ତି। ବେନ୍ ଷ୍ଟୋକ୍ସ ବିରାଟଙ୍କ ୱିକେଟ୍ ନେଇ ରେକର୍ଡ କରିଛନ୍ତି। ବିରାଟଙ୍କୁ ସବୁଠୁ ଅଧିକ ଯେଉଁ ବୋଲରମାନେ ଆଉଟ୍ କରିଛନ୍ତି ସେମାନଙ୍କ ମଧ୍ୟରେ ଏବେ ବେନ୍ ଷ୍ଟୋକ୍ସ ସାମିଲ ହୋଇଛନ୍ତି।
ସୂଚନାନୁଯାୟୀ, ବେନ୍ ଷ୍ଟୋକ୍ସ ଟେଷ୍ଟ ମ୍ୟାଚ୍ରେ ୬ ଥର ବିରାଟଙ୍କୁ ଆଉଟ୍ କରିଛନ୍ତି। ସେହିପରି କୋହଲିଙ୍କ ୱିକେଟ୍ ନେବାରେ ସବୁଠାରୁ ଅଧିକ ରେକର୍ଡ ଜେମ୍ସ ଆଣ୍ଡରସନ ଏବଂ ନାଥନ ଲାୟନ କରିଛନ୍ତି। ଏମାନେ ୭-୭ ଥର ବିରାଟଙ୍କୁ ଆଉଟ୍ କରିଛନ୍ତି।
ତେବେ ଚଳିତ ସିରିଜ୍ କଥା କହିବାକୁ ଗଲେ ବିରାଟ ୫ଟି ମ୍ୟାଚ୍ର ୯ଟି ଇନିଂସ୍ରେ ୨୪୯ ରନ୍ କରିଛନ୍ତି। ଏହି ସିରିଜ୍ରେ ବିରାଟ କେବଳ ୨ଟି ଅର୍ଦ୍ଧଶତକ କରିଛନ୍ତି। ୨୦୨୧ରେ ସିରିଜ୍ର ଆରମ୍ଭରେ ୪ଟି ମ୍ୟାଚ୍ ଖେଳାଯାଇଥିଲା। ହେଲେ କରୋନା ପାଇଁ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଥରେ ମ୍ୟାଚ୍ ହୋଇଛି।