PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ବିରାଟ କୋହଲି ସେୟାର କଲେ ଦଶମ ମାର୍କସିଟ୍, ଗଣିତରେ ରଖିଥିଲେ କମ୍ ନମ୍ବର…

ନୂଆଦିଲ୍ଲୀ ୩୧/୩: ମଇଦାନରେ ଚୌକା-ଛକା ମାରି ସମସ୍ତଙ୍କ ହୃଦୟ ଜିତୁଥିବା ବିରାଟ କୋହଲି ସୋସିଆଲ ମିଡିଆରେ ନିଜ ୧୦ମ ମାର୍କସିଟ୍ ସେୟାର କରିଛନ୍ତି । ସେୟାର କରିବା ପରେ ଏହି ମାର୍କସିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ କୁରେ ନିଜ ମାର୍କସିଟ୍ ସେୟାର କରିଛନ୍ତି । ଏହା ଦେଖିବାମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କ୍ୟାପ୍ସନରେ କିଙ୍ଗ୍ କୋହଲି ଲେଖିଛନ୍ତି କି –ଏହା ବହୁତ ମଜାଦାର କି କୌଣସି ଜିନିଷ ଯାହା ଆପଣଙ୍କ ମାର୍କସିଟରେ ସବୁଠାରୁ କମ୍ ଯୋଡୁଥିବ କିନ୍ତୁ ତାହା ଆପଣଙ୍କ ଚରିତ୍ରରେ ସବୁଠାରୁ ଅଧିକ ଯୋଡୁଥିବ । ବିରାଟ କୋହଲି ୩୦ ମାର୍ଚ୍ଚରେ ଏହି ପୋଷ୍ଟ ସେୟାର କରିଛନ୍ତି । ଏହାକୁ ୟୁଜର୍ସ ଖୁବ୍ ପସନ୍ଦ କରୁଛନ୍ତି ।

କିଙ୍ଗ୍ କୋହଲି ଯେଉଁ ମାର୍କସିଟ୍ ସେୟାର କରିଛନ୍ତି ସେଥିରେ ସମୁଦାୟ ୫ ସବଜେକ୍ଟ ରହିଛି । ଇଂରାଜୀରେ ସେ ୮୩ ନମ୍ବର ରଖିଛନ୍ତି । ହିନ୍ଦୀରେ ୭୫ ନମ୍ବର, ଗଣିତରେ ସବୁଠାରୁ କମ୍ ୫୧, ବିଜ୍ଞାନରେ ୫୫, ସାମାଜିକ ବିଜ୍ଞାନରେ ୮୧ ନମ୍ବର, ବୈକଳ୍ପିକ ବିଷୟରେ ସେ ସମୁଦାୟ ୭୪ ନମ୍ବର ରଖିଛନ୍ତି ।

କୋହଲି ଦେଶର ତଥା ବିଶ୍ୱର ଜଣେ ଜଣାଶୁଣା କ୍ରିକେଟର । କଠିନ ପରିଶ୍ରମ କରି ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି । ବିଶ୍ୱର ଅନେକ କ୍ରିକେଟର୍ସ ତାଙ୍କଠାରୁ ପ୍ରଭାବିତ ହୁଅନ୍ତି । ତେବେ ତାଙ୍କ ୧୦ମ ମାର୍କସିଟ୍ ସୋସିଆଲ ମିଡିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ପୋଷ୍ଟରେ ଅନେକ ୟୁଜର୍ସଙ୍କ କମେଣ୍ଟ୍ସ ଦେଖିବାକୁ ମିଳୁଛି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି କି ଆପଣଙ୍କଠୁ ଅନେକ ଲୋକ ମୋଟିଭେଟ୍ ହୁଅନ୍ତି । ସେହିଭଳି ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି କି ମାର୍କସିଟ୍ ଦେଖି ଲାଗୁଛି ଆପଣ ଭଲ ପାଠ ପଢୁଥିଲେ ।

ସମ୍ବନ୍ଧିତ ଖବର