ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ବକପ ବିଜୟୀ ଦଳର ସଦସ୍ୟ ରହିଥିବା ଅମନପ୍ରୀତ ସିଂହ ଗିଲଙ୍କ ପରଲୋକରେ ସବୁଠି ଦେଖିବାକୁ ମିଳିଛି ଶୋକର ଛାୟା । ପଞ୍ଜାବ ପକ୍ଷରୁ ଘରୋଇ କ୍ରିକେଟ ଖେଳିଥିବା ଏହି ଖେଳାଳିଙ୍କ ବିୟୋଗ ୩୬ ବର୍ଷରେ ହୋଇଥିବାବେଳେ ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି କ୍ରିକେଟପ୍ରେମୀ ଶୋକ ପ୍ରକାଶ କରିଛନ୍ତି । ବିରାଟଙ୍କ ସହ ଅଣ୍ଡର-୧୯ ଦଳରେ ଖେଳିଥିବା ଏହି ଖେଳାଳିଙ୍କ ମୃତ୍ୟୁ ଖରବ ପାଇବା ପରେ ବିରାଟ ଦୁଃଖ ପ୍ରକାଶ କରିଛନ୍ତି ।
Shocked and saddened to hear about Amanpreet Gill’s passing. Sending prayers and strength to his family and loved ones. Rest in peace. Om Shanti 🙏
— Virat Kohli (@imVkohli) May 7, 2026
ବିରାଟ ନିଜର ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି ଲେଖିଛନ୍ତି କି, ଅମନପ୍ରୀତଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
Deeply saddened to hear about Amanpreet Singh Gill’s passing. Shared the dressing room in our early days, he was a quiet, hardworking cricketer who loved the game. My heartfelt condolences to his family and loved ones. Rest in peace 🙏🏻 Om Shanti#AmanpreetSinghGill@pcacricket
— Yuvraj Singh (@YUVSTRONG12) May 6, 2026
ସେପଟେ ଆଇପିଏଲରେ ମଧ୍ୟ ପଞ୍ଜାବ ପକ୍ଷରୁ ଖେଳିଥିବା ଏହି ଖେଳାଳିଙ୍କ ସହ ଅନେକ ଅନୁଭୂତି ରଖିଛନ୍ତି ପୂର୍ବତନ ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂହ । ଘରୋଇ କ୍ରିକେଟରେ ମଧ୍ୟ ଉଭୟ ଡ୍ରେସିଂ ରୁମର ସେୟାର କରିଥିବା ଯୁବି ଦୁଃଖ ପ୍ରକାଶ କରିଛନ୍ତି । ଯୁବରାଜ ଲେଖିଛନ୍ତି କି,ସେ ଜଣେ ଶାନ୍ତ, ପରିଶ୍ରମୀ କ୍ରିକେଟର ଥିଲେ ଯିଏ ଖେଳକୁ ଭଲ ପାଉଥିଲେ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଓମ୍ ଶାନ୍ତି।"
Deeply saddened to hear about the passing of former Punjab cricketer Amanpreet Singh Gill at such a young age 🙏 Heartfelt condolences to his family, friends and everyone who knew him. Om Shanti
— Shikhar Dhawan (@SDhawan25) May 7, 2026
ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଗବ୍ବର ଭାବେ ଜଣାଶୁଣା ଶିଖର ଧାଓ୍ବନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।ସେ ଲେଖିଛନ୍ତି କି,"ଏତେ କମ୍ ବୟସରେ ପୂର୍ବତନ ପଞ୍ଜାବ କ୍ରିକେଟର ଅମନପ୍ରୀତ ସିଂହ ଗିଲଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ତାଙ୍କ ପରିବାର, ବନ୍ଧୁ ଏବଂ ତାଙ୍କୁ ଜାଣିଥିବା ସମସ୍ତଙ୍କ ପ୍ରତି ମୋର ଗଭୀର ସମବେଦନା। ଓମ୍ ଶାନ୍ତି।"
ଏହାସହ ପଢ଼ନ୍ତୁ: ତାମିଲନାଡ଼ୁରେ ସରକାର ଗଠନ ପାଇଁ ବିଜୟଙ୍କ ନୂଆ ଯୋଜନା