ନୂଆଦିଲ୍ଲୀ: ତାମିଲନାଡ଼ୁ ନିର୍ବାଚନ ଫଳାଫଳ ଟିଭିକେ ସପକ୍ଷରେ ଯାଇଛି । ରାଜ୍ୟରେ ବଡ଼ ଦଳ ଭାବେ ଉଭା ହୋଇଛି ବିଜୟଙ୍କ ପାର୍ଟି । ତଥାପି ଦଳ ସରକାର ଗଠନ କରିବା ପାଇଁ ସଂଖ୍ୟା କମ୍ ରହିଛି । କଂଗ୍ରେସର ସମର୍ଥନ ପରେ ମଧ୍ୟ ଆହୁରି ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଏହାରି ଭିତରେ ରାଜ୍ୟରେ ବିଜୟ ଲାଭ କରିଥିବା ଛୋଟ ଦଳଙ୍କ ଉପରେ ବିଜୟଙ୍କ ନଜର ରହିଛି । କିନ୍ତୁ ବାମଦଳ ଗୁଡ଼ିକ ସମର୍ଥନ କରିବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି । ମାତ୍ର ବିଜୟ ସେମାନଙ୍କୁ ମନାଇବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ ।
ସିପିଆଇ ଏବଂ ସିପିଆଇଏମଏଲର ବିଧାୟକଙ୍କୁ ମନାଇବା ପାଇଁ ବିଜୟ ସିଟିଆର ନିର୍ମଳଙ୍କୁ ଗୁରୁ ଦାୟିତବ ଦେଇଛନ୍ତି । ତାମିଲନାଡ଼ୁ ରାଜନୀତିରେ ବେଶ ଅଭିଜ୍ଞତା ରଖିଥିବା ନିର୍ମଳ ଏହି ଦୁଇ ବାମଦଳକୁ ବୁଝାଇବା ପାଇଁ ପ୍ରୟାସ କରିବେ । ସେ ବ୍ୟକ୍ତିଗତ ଭାବେ ସେମାନଙ୍କ କାର୍ଯ୍ୟାଳୟକୁ ଯାଇ ବୁଝାଇବେ । ସେମାନଙ୍କ ନାକୁ ହଁରେ ପରିବର୍ତ୍ତନ କରିବା ପାଇଁ ନିର୍ମଳ ଗୁରୁ ଦାୟିତ୍ବ ବହନ କରିବେ । ସେ ତାଙ୍କ କାର୍ଯ୍ୟାଳୟକୁ ଯିବା ସହ ସରକାରରେ ସେମାନଙ୍କ ଭୂମିକା ସମ୍ପର୍କରେ ବୁଝାଇବାକୁ ପ୍ରୟାସ କରିବେ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ବାମଦଳ ଗୁଡ଼ିକ ବ୍ୟତିତ ଛୋଟ ଦଳ ଏବଂ ସ୍ବାଧିନ ବିଧାୟକଙ୍କ ସମର୍ଥନ ମଧ୍ୟ ଆବଶ୍ୟକ । କିନ୍ତୁ ସେମାନେ ଏହି ସମୟରେ ବଡ଼ ଡିଲ୍ କରୁଥିବା ଦେଖିବାକୁ ମିଳିଛି । ସରକାରରେ କିଏ ମନ୍ତ୍ରୀପଦ ଦାବି କରୁଛି ତ ଆଉ କିଏ କଣ ସର୍ତ୍ତ ରଖୁଥିବା ମଧ୍ୟ ଖବର ଆସୁଛି । ତେବେ ଆଜି ଶପଥ ଗ୍ରହଣ ପାଇଁ ପୂର୍ବରୁ ଘୋଷଣା କରିବା ପରେ ମଧ୍ୟ ସଂଖ୍ୟା ନଥିବାରୁ ଏହା ସମ୍ଭବ ହୋଇନାହିଁ । ବୁଧବାର ରାଜ୍ୟପାଳଙ୍କୁ ବିଜୟ ଭେଟିଥିବାବେଳେ ସେ ୧୧୮ ବିଧାୟକଙ୍କ ଦସ୍ତଖତ ଆଣିବା ପାଇଁ କହିଥିଲେ । ମାତ୍ର ବିଜୟଙ୍କ ପାଖରେ ୧୧୨ ସଂଖ୍ୟା ରହିଛି ।
ଏହାସହ ପଢ଼ନ୍ତୁ : ବାଲିଅନ୍ତାରେ ବର୍ବରକାଣ୍ଡ, ଯୁବକଙ୍କୁ ପିଟିପିଟି ହତ୍ୟା