ଗଣିତରେ କେତେ ମାର୍କ ରଖିଥିଲେ କୋହଲି; ପୋଷ୍ଟ କଲେମାର୍କସିଟ୍, ଏବେ ଭାଇରାଲ…

Image Courtesy: Social Media
ନୂଆଦିଲ୍ଲୀ,୩୦/୦୩: ଭାରତୀୟ ଟିମ୍ର ପୁର୍ବତନ ଅଧିନାୟକ ବିରାଟ କୋହଲି ଏବେ ଆଇପିଏଲ ୨୦୨୩ରେ ପୁଣିଥରେ ଏକ ଆକର୍ଷଣୀୟ ପ୍ରଦର୍ଶନ କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହେଉଛନ୍ତି। ତେବେ ଏସବୁ ଭିତରେ ସେ ତାଙ୍କର ଦଶମ ଶ୍ରେଣୀର ଏକ ମାର୍କସିଟ୍ ପୋଷ୍ଟ କରିଛନ୍ତି। ଅବଶ୍ୟ କିଛି ସମୟ ପରେ କୋହଲି ତାଙ୍କ ପୋଷ୍ଟଟିକୁ ଡିଲିଟ କରିଥିଲେ, କିନ୍ତୁ ଏହି କିଛି ସମୟ ଭିତରେ ତାଙ୍କ ମାର୍କସିଟ୍ ର ଫଟୋ ସୋସିଆଲ ମିଡଇଆରେ ଭାଇରାଲ ହୋଇସାରିଥିଲା।
କ୍ରିକେଟ୍ ପଡ଼ିଆରେ ଏପର୍ଯ୍ୟନ୍ତ ଅଗଣିତ ରେକର୍ଡ ସୃଷ୍ଟି କରିଥିବା ବିରାଟ କୋହଲି ୨୦୦୪ ମସିହାରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଦଶମ ଶ୍ରେଣୀରେ ବିରାଟ କୋହଲି ଇଂରାଜୀରେ ୮୩, ହିନ୍ଦୀରେ ୭୫, ଗଣିତରେ ୫୧, ବିଜ୍ଞାନରେ ୫୫, ସାମାଜିକ ବିଜ୍ଞାନରେ ୮୧ ଏବଂ ଉପକ୍ରମ ବିଜ୍ଞାନରେ ୮୫ ନମ୍ବର ରଖିଥିଲେ। ମୋଟ ଉପରେ ବିରାଟ ୬୯ ପ୍ରତିଶତ ମାର୍କ ରଖି ଦଶମ ପାସ୍ କରିଥିଲେ।
ବିରାଟ କୋହଲି ମାର୍କସିଟ୍ର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହା କେତେ ଆଶ୍ଚର୍ଯ୍ୟଜନକ ଯେ, ଆପଣଙ୍କ ମାର୍କସିଟ୍ରେ ଅନେକ କିଛି ସବୁଠାରୁ କମ୍ ଦୃଶ୍ୟମାନ ହେଉଥିବା ବେଳେ ଆପଣଙ୍କ ଚରିତ୍ରରେ ସବୁଠାରୁ ଅଧିକ। ଏହି ପୋଷ୍ଟ ମାଧ୍ୟମରେ କୋହଲି ତାଙ୍କ ଗଣିତ ମାର୍କକୁ ମଧ୍ୟ ସୁଚାଇଛନ୍ତି। ଯେଉଁଥିରେ ବାକି ବିଷୟ ତୁଳନାରେ ତାଙ୍କର ସର୍ବନିମ୍ନ ମାର୍କ ରହିଛି।
ବର୍ତ୍ତମାନର ଖେଳ ସୂଚୀ ବିଷୟରେ କହିଲେ ବିରାଟ ଏବେ ଆଇପିଏଲ ୨୦୨୩ ରେ ଫ୍ରାଞ୍ଚାଇଜି ବେଙ୍ଗାଲୁରୁ ତରଫରୁ ଖେଳିବା ପାଇଁ ପ୍ରସ୍ତୁତ। ଫାଫ୍ ଡୁପ୍ଲେସିସ୍ଙ୍କ ଅଧିନାୟକତ୍ବରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଚମ ମ୍ୟାଚରେ ଭେଟିବ। ରବିବାର ଏହି ମ୍ୟାଚ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ।