ନୂଆଦିଲ୍ଲୀ : କମାଲ କରିବେ କିଙ୍ଗ୍ କୋହଲି। ପୁଣି ଘରୋଇ କ୍ରିକେଟରେ ଦେଖିବାକୁ ମିଳିବ ବିରାଟଙ୍କ ଝଲକ୍। ଚଳିତ ବିଜୟ ଜହାରେ ଟ୍ରଫିରେ ମାତ୍ର ଦୁଇଟି ମ୍ୟାଚ୍ ଖେଳିବେ ବୋଲି ପୂର୍ବରୁ କୁହାଯାଉ ଥିଲା। ମାତ୍ର ବିରାଟ ପୁଣି ମ୍ୟାଚ୍ ଖେଳିବେ ବୋଲି ସୂଚନା ମିଳିଛି। ପ୍ରଥମ ଦୁଇଟି ମ୍ୟାଚରେ କୋହଲି ୨୦୦ରୁ ଅଧିକ ସ୍କୋର କରି ସାରିଲେଣି। ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଥିବା ବେଳେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ମଇଦାନରେ ମଧ୍ୟ ଦର୍ଶକଙ୍କ ଭିଡ଼ ଜମୁ ଥିଲା। ଏବେ ଆଉ ଏକ ଖୁସି ଖବର ରହିଛି ବିରାଟଙ୍କ ପ୍ରଶସକଙ୍କ ଲାଗି।
ଏହାସହ ମଧ୍ୟ ପଢନ୍ତୁ : କିଏ ଏହି ବୋଲର ? ଅନ୍ତର୍ଜାତୀୟ କ୍ରିକେଟରେ ୪ ଓଭରରେ ୭ ରନ ଦେଇ ଅକ୍ତିଆର କଲେ ୮ ୱିକେଟ୍
ଡିଡିସିଏର ସଭାପତି ରୋହନ ଜେଟଲି ସୂଚନା ଦେଇଛନ୍ତି କି, କୋହଲି ଆଉ ଗୋଟିଏ ମ୍ୟାଚ୍ ଖେଳି ପାରନ୍ତି। ରୋହନ କହିଛନ୍ତି କି, ଆସନ୍ତା ୬ ତାରିଖରେ କୋହଲି ରେଲଓ୍ବେ ବିପକ୍ଷରେ ମଇଦାନକୁ ଓହ୍ଲାଇବେ। ଆସନ୍ତା ୧୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି। ଏଣୁ ଏହା ପୂର୍ବରୁ କୋହଲି ଆଉ ଏକ ମ୍ୟାଚ ଖେଳିବାକୁ ଚାହୁଁଥିବା କୁହାଯାଉଛି। ଏଣୁ ସେ ୬ ତାରିଖରେ ପୁଣିଥରେ ବିଜୟ ହଜାରେ ଟ୍ରଫିରେ ଖେଳି ପାରନ୍ତି। ବିରାଟ ପ୍ରଥମ ମ୍ୟାଚରେ ୧୩୧ ଏବଂ ଦ୍ୱିତୀୟ ମ୍ୟାଚରେ ୭୭ ରନର ପାଳି ଖେଳିଛନ୍ତି।
ଦୁଇଟି ମ୍ୟାଚରେ ୨୦୦ରୁ ଅଧିକ ସ୍କୋର କରିଥିବା ବେଳେ ଯଦି ୬ ତାରିଖରେ ମ୍ୟାଚ୍ ଖେଳନ୍ତି, ତାହେଲେ କିଭଳି ପ୍ରଦର୍ଶନ କରିବେ ଫ୍ୟାନ୍ସମାନେ ଚାହିଁ ରହିଛନ୍ତି। ରୋହନ ଜେଟଲିଙ୍କ ସୂଚନା ଅନୁସାରେ , କୋହଲି ୩ଟି ମ୍ୟାଚ ପାଇଁ ଉପଲବ୍ଧ ରହିବେ ବୋଲି ସୂଚନା ରହିଛି। ମାତ୍ର ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଆସନ୍ତା ୮ ତାରିଖରେ ଏକାଠି ହେବ। ମ୍ୟାଚ ଖେଳିବାର ଗୋଟିଏ ଦିନ ବିଶ୍ରାମ ପରେ ପୁଣି ଅଭ୍ୟାସ ପାଇଁ ବାହାରିବେ ବୋଲି କୁହାଯାଉଛି।