PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ୱନଡେର କ୍ୟାପ୍ଟେନସିପ୍ ହରାଇବେ କୋହଲି, ଏହି ଖେଳାଳୀ ସମ୍ଭାଳିବେ ଦାୟିତ୍ୱ

ନୁଆଦିଲ୍ଲୀ ୧୫/୭: ଭାରତୀୟ କ୍ରିକେଟ୍ ଟିମ ବିଶ୍ୱ କପ ୨୦୧୯ର ସେମିଫାଇନାଲରୁ ବାହାରିବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି ଯେ ସତରେ କଣ ଟିମ୍ କେବଳ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ଅତ୍ଯଧିକ ନିର୍ଭର କରୁଛି । ଟୁର୍ଣ୍ଣାମେଣ୍ଟରେ ଟିମର ସ୍କୋରବୋର୍ଡ ଏହା ସ୍ପଷ୍ଟ ଦର୍ଶାଉଛି । ତେବେ ଅନୁମାନ କରାଯାଉଛି ଯେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲବୋର୍ଡ ଉଭୟଙ୍କ କ୍ୟାପ୍ଟେନସିପର ବିଭାଜନ ଉପରେ ମଧ୍ଯ ଚର୍ଚ୍ଚା କରିପାରନ୍ତି ।  

ଗଣମାଧ୍ଯମ ସହିତ ଆଲୋଚନା କରି ବୋର୍ଡର ଜଣେ ଅଧିକାରୀ ଏହା କହିଛନ୍ତି ଯେ ଆଗାମୀ ସିରିଜ ପୂର୍ବରୁ ବୋର୍ଡ ଏହା ଉପରେ ଚର୍ଚ୍ଚା କରିବ । ହୁଏତ ରୋହିତଙ୍କୁ ୱାନଡେ ଟିମର କ୍ଯାପ୍ଟେନ୍ ବନାଯିବ ଏବଂ କୋହଲି ଟେଷ୍ଟ ଟିମର କ୍ଯାପ୍ଟେନ ରହିବେ । ବୋର୍ଡ ଏହା ଉପରେ ଆଲୋଚନା କରିବ । ୫୦ ଓଭର  ଫର୍ମାଟ୍ ମ୍ୟାଚରେ ରୋହିତ କ୍ୟାପ୍ଟେନ୍ ରହିବା ପାଇଁ ଏହା ସଠିକ୍ ଟାଇମ୍  ବୋଲି ଅଧିକାରୀ ଜଣକ କହିଛନ୍ତି । ରୋହିତ କ୍ଯାପ୍ଟେନ୍ ପାଇଁ ଉତ୍ତମ ବିକଳ୍ପ ବୋଲି ସେ କହିଛନ୍ତି ।  

ଅଧିକାରୀଙ୍କ ସୂଚନା ଅନୁସାରେ ବିଶ୍ୱ କପ ପରେ ସବୁଠାରୁ ବଡ ମୁଦ୍ଦା ହେଉଛି କୋହଲି ଓ ରୋହିତଙ୍କ ମଧ୍ଯରେ ଆସିଥିବା ଫାଟକୁ ନେଇ ଚାଲିଥିବା ଚର୍ଚ୍ଚା । ସିଓଏଙ୍କ ଉପସ୍ଥିତିରେ କୋଚ୍ ରବି ଶାସ୍ତ୍ରୀ, କୋହଲି ଓ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଏହି ସବୁ ମୁଦ୍ଦା ଉପରେ ଆଲୋଚନା କରାଯିବ । ତେବେ ଅନୁମାନ କରାଯାଉଛି ୱାନଡେ ମ୍ୟାଚରେ ରୋହିତ କ୍ଯାପ୍ଟେନ୍ ରହିପାରନ୍ତି ଏବଂ କୋହଲି ଟେଷ୍ଟ ମ୍ୟାଚର କ୍ୟାପ୍ଟେନ୍ ରହିବେ ।

ସମ୍ବନ୍ଧିତ ଖବର