PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବାଧ୍ୟ ହୋଇ ସେହଓ୍ବାଗଙ୍କୁ ନେବାକୁ ପଡିଥିଲା କ୍ରିକେଟରୁ ସନ୍ୟାସ,୬ ବର୍ଷ ପରେ ଏଭଳି କହିଲେ ମନର ଦୁଃଖ

ନୂଆଦିଲ୍ଲୀ,୧୯।୭: ବିଶ୍ବକପ୍ ସେମିଫାଇନାଲ ମ୍ୟାଚରେ ଭାରତର ପରାଜୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କ୍ରିକେଟରୁ ସନ୍ୟାସ ନେବାର ଚର୍ଚ୍ଚାର ଖୁବ୍ ଯୋର ହୋଇଛି। ଏହାକୁ ନେଇ ଏବେ କ୍ରିକେଟ ଜଗତ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି। କେହି ଧୋନିଙ୍କ ସନ୍ୟାସ ଚାହୁଁଥିବା ବେଳେ ଆଉ କେହି ଧୋନିଙ୍କୁ ଆହୁରି କିଛି ବର୍ଷ ଖେଳିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଏକ ଟିଭି ଚ୍ୟାନେଲରେ ଯେତେବେଳେ ଏନେଇ ଚର୍ଚ୍ଚା ଚାଲିଥିଲା ସେତେବେଳେ ଏହି ଆଲୋଚନାରେ ଭାଗ ନେବାକୁ ଆସିଥିବା ବେଳେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ ନିଜର କ୍ରିକେଟ ଜୀବନରୁ ସନ୍ୟାସ ନେବା କଥାରେ ହୋଇପଡିଥିଲେ ଖୁବ୍ ଭାବପ୍ରବଣ। ଯେତେବେଳେ ତାଙ୍କୁ ଦଳକୁ ବାହାର କରିଦିଆଯାଇଥିଲା ସେ ଏହାପରେ ଆଉ କେବେ ବି କ୍ରିକେଟ ମୈଦାନକୁ ଫେରିନଥିଲେ।

ପୂର୍ବତନ ଭାରତୀୟ ଓପନର ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହଓ୍ବାଗ କହିଛନ୍ତି, ଚୟନକର୍ତ୍ତାଙ୍କ ଦାୟିତ୍ବ ହେଉଛି ଧୋନିଙ୍କ ସହ କଥା ହୁଅନ୍ତୁ ଓ ତାଙ୍କୁ ସୂଚିତ କରନ୍ତୁ ଭବିଷ୍ୟତରେ ସେ ଭାରତର ଓ୍ବିକେଟ କିପର ବ୍ୟାଟସମ୍ୟାନ ହେବେ କି ନାହିଁ। ଯଦି ଏଭଳି ମୋତେ ଟିକେ ଚୟନକର୍ତ୍ତା ମୋ’ଯୋଜନା ବିଷୟରେ ପଚାରିଥାନ୍ତେ ଖୁବ୍ ଭଲ ଲାଗିଥାନ୍ତା। ସେହଓ୍ବାଗ ଏହି ସମୟରେ ପ୍ୟାନେଲରେ ବସିଥିବା ସଦସ୍ୟ ସନ୍ଦିପ ପାଟ୍ଟିଲଙ୍କୁ ଟାର୍ଗେଟ କରି ଏଭଳି କହିଥିଲେ।

ସନ୍ଦୀପ ପାଟିଲ ସେତେବେଳେ ମୁଖ୍ୟ ଚୟନକର୍ତ୍ତା ଥିଲେ। ଯେତେବେଳେ ସେହଓ୍ବାଗଙ୍କୁ ୨୦୧୩ ଟିମରୁ ବାହାର କରାଗଲା ଓ ଏହାପରେ ସେ ଆଉ ଫେରିପାରିନଥିଲେ। ପାଟିଲ ଏହାପରେ ଟିଭିରେ ସେହଓ୍ବାଗଙ୍କୁ କ୍ଷମା ମାଗିଥିଲେ। ପାଟିଲ କହିଥିଲେ, ସଚିନ ତେନ୍ଦୁଲରଙ୍କ ଭବିଷ୍ୟତ ବିଷୟରେ କଥା ହେବାର ଦାୟିତ୍ବ ମୋତେ ଓ ରାଜିନ୍ଦର ସିଂହ ହଂସଙ୍କୁ ଦିଆଯାଇଥିଲା। କିନ୍ତୁ ସେହଓ୍ବାଗଙ୍କ ଦାୟିତ୍ବ ବିକ୍ରମ ରାଠୋଡଙ୍କୁ ଦିଆଯାଇଥିଲା। ଆମେ ତାଙ୍କୁ ପଚାରିବାରୁ ସେ କହିଥିଲେ, ସେହଓ୍ବାଗଙ୍କ ସହିତ କଥା ହୋଇସାରିଛି, କିନ୍ତୁ ଏବେ ଯଦି ସେହଓ୍ବାଗ କହୁଛନ୍ତି ବିକ୍ରମ ତାଙ୍କ ସହ କଥା ହୋଇନଥିଲେ ତେବେ ମୁଁ ଏଥିପାଇଁ ନିଜକୁ ଦାୟୀ କରିବିନି।’

ପାଟିଲଙ୍କୁ ସେହଓ୍ବାଗ ମନେପକାଇ ଦେଇଥିଲେ ଯେ, ଟିମର ଘୋଷଣା ପରେ ଖେଳାଳିଙ୍କ ସହ କଥା ହେବାର କିଛି ମୂଲ୍ୟ ନାହିଁ। ବିକ୍ରମ ମୋ ସହିତ ସେତେବେଳେ କଥା ହୋଇଥିଲେ, ଯେତେବେଳେ ମୋତେ ଦଳରୁ ବାହାର କରିଦିଆଯାଇଥିଲା। ଯଦି ସେ ଟିମ୍ ଘୋଷଣା ପୂର୍ବରୁ କରିଥାନ୍ତେ ତେବେ ତାହା ଠିକ୍ ରହିଥାନ୍ତା। ଥରେ ଜଣେ କ୍ରିକେଟରଙ୍କୁ ବାହାର କରାଯିବା ପରେ ତାଙ୍କ ସହ କଥା ହେବାର କିଛି ମୂଲ୍ୟ ନାହିଁ।

ଯଦି ଧୋନିଙ୍କୁ ଟିମରୁ ବାହାର କରିଦିଆଯିବା ପରେ ଯଦି ତାଙ୍କ ସହ କଥା ହେବେ ତେବେ ସେ କ’ଣ କହିବେ ଯେ, ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବେ ଓ ଯଦି ରନ୍ କରିପାରିବେ ତେବେ ଚୟନକର୍ତ୍ତା ତାଙ୍କୁ ସେତେବେଳେ ଚୟନ କରିବା ଦରକାର। ଚୟନକର୍ତ୍ତାଙ୍କୁ ବାହାର କରାଯିବା ପୂର୍ବରୁ କ୍ରିକେଟରଙ୍କ ସହିତ କଥା ହେବା ଦରକାର।’

ତେବେ ଅନ୍ୟପକ୍ଷେ କିନ୍ତୁ  ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ କପିଲ ଦେବ କହିଛନ୍ତି, ମୋ ମତରେ ଯଦି ଖେଳାଳି ଚୟନ କରାଯାଏ ତେବେ ଚୟନକର୍ତ୍ତା ସେହି ଖେଳାଳିଙ୍କ ସହ କଥା ହେବା ଦରକାର ତାହା ମୋତେ ଲାଗୁନି, କିନ୍ତୁ ଯେତେବେଳେ ତାଙ୍କୁ ଟିମରୁ ବାହାର କରିଦିଆଯାଉଛି ତେବେ ଏ ବିଷୟରେ ତାଙ୍କ ସହ କଥା ହେବା ଦରକାର।