ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସହଯୋଗର ହାତ ବଢ଼ାଇଲେ ସେହ୍ୱାଗ, ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବାକୁ କଲେ ଘୋଷଣା

ନୂଆଦିଲ୍ଲୀ, ୦୫/୦୬: ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତମ୍ଭୀଭୂତ କରି ଦେଇଛି । ଏହି ଅଭାବନୀୟ ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୧୭୫ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିବାର ଏବଂ ଆହତଙ୍କ ଚିକିତ୍ସା ପାଇଁ ଅନେକ ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟ ଦଳର ଓପନର ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ମୃତକଙ୍କ ପିଲାମାନଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବା ନେଇ ସେ ଘୋଷଣା କରିଛନ୍ତି । ତାଙ୍କର ମହତ୍‌ କାର୍ଯ୍ୟକୁ ସୋସିଆଲ୍‌ ମିଡିଆରେ ଭୂୟସୀ ପ୍ରଶଂସା କରାଯାଉଛି ।

wp:html /wp:html

ରବିବାର ସେହ୍ୱାଗ ସୋସିଆଲ୍‌ ମିଡିଆ ଟ୍ୱିଟରରେ ଟ୍ରେନ୍‌ ଦୁର୍ଘଟଣା ସ୍ଥଳର ଏକ ଫଟୋ ପୋଷ୍ଟ୍‌ କରି ଉଲ୍ଲେଖ କରିଛନ୍ତି, ‘ଏହି ଦୃଶ୍ୟ ବହୁ ଦିନ ପର୍ଯ୍ୟନ୍ତ ଆମ ମନରୁ ଲିଭିବନି । ଏଭଳି ଦୁଃଖଦ ସମୟରେ ମୁଁ କେବଳ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ ନେଇପାରିବି । ସେହ୍ୱାଗ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ବୋର୍ଡିଂ ସୁବିଧାରେ ଏଭଳି ପିଲାମାନଙ୍କୁ ଆମେ ମାଗଣାରେ ପାଠ ପଢ଼ାଇବା ଏବଂ ରହିବାର ବ୍ୟବସ୍ଥା କରିଛୁ ।’ ଏହା ବ୍ୟତୀତ ସେହ୍ୱାଗ ଆଉଏକ ଟ୍ୱିଟ୍‌ କରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି, ରକ୍ତଦାନ ପାଇଁ ଆଗେଇ ଆସିଥିବା ଯୁବକମାଙ୍କ ସମେତ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତିଙ୍କୁ ସଲାମ୍‌ କରିଛନ୍ତି ।

wp:embed {"url":"https://www.prameya.com/bahanaga-train-drughatna-after-savitri-saved-3-child-life-story/","type":"wp-embed","providerNameSlug":"prameya"}
https://www.prameya.com/bahanaga-train-drughatna-after-savitri-saved-3-child-life-story/
/wp:embed

Copyright © 2022 - Summa Real Media Private Limited. All Rights Reserved.