ନୂଆଦିଲ୍ଲୀ ୨୫/୦୨: ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ବର୍ତ୍ତମାନ ଉଦୟପୁରରେ ଅଛନ୍ତି। ଯେଉଁଠାରେ ସେମାନଙ୍କର ବିବାହ ପୂର୍ବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଅତିଥିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜାପାନୀ ରାତ୍ରୀଭୋଜନ, ଭଲିବଲ୍ ଏବଂ କ୍ରିକେଟ୍ ମ୍ୟାଚ୍ ପରେ, ଏହି ଦମ୍ପତି ମଙ୍ଗଳବାର ରାତିରେ ଏକ ଭବ୍ୟ ସଙ୍ଗୀତ ସମାରୋହର ଆୟୋଜନ କରିଥିଲେ। ଯଦିଓ ସମାରୋହର କୌଣସି ଫଟୋ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସେୟାର କରାଯାଇ ନାହିଁ, କିନ୍ତୁ ଏକ ରିପୋର୍ଟ ଅନୁଯାୟୀ, ବିଜୟ ଦେବରକୋଣ୍ଡାଙ୍କ ମାଆ ମାଧବୀ ଦେବରକୋଣ୍ଡା ସଙ୍ଗୀତ ରାତିରେ ପରମ୍ପରା ଅନୁଯାୟୀ ରଶ୍ମିକାଙ୍କୁ ପାରମ୍ପରିକ ଚୁଡ଼ି ଉପହାର ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରଶ୍ମିକା ଏବଂ ବିଜୟ ଦୁଇଟି ପୃଥକ ଉତ୍ସବରେ ବିବାହ କରିବେ। ସେମାନଙ୍କର ପ୍ରଥମ ବିବାହ ଉତ୍ସବ ପାରମ୍ପରିକ ତେଲୁଗୁ ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ, ଯାହା ବିଜୟ ଦେବରକୋଣ୍ଡାଙ୍କ ଐତିହ୍ୟକୁ ପ୍ରତିଫଳିତ କରିବ।ଏହି ସ୍ୱତନ୍ତ୍ର ଉତ୍ସବ ଫେବୃଆରୀ ୨୬ ତାରିଖ ସକାଳେ ଅନୁଷ୍ଠିତ ହେବ। ଏହା ପରେ ସନ୍ଧ୍ୟାରେ ରଶ୍ମିକାଙ୍କ ପରମ୍ପରା ଅନୁଆୟୀ କରି କୋଡାଭା ସମାରୋହ ହେବ।

ଆହୁରି ପଢ଼ନ୍ତୁ...ବିରୋଶ କି ଶାଦୀ: ଜାଣନ୍ତୁ ବିଜୟ-ରଶ୍ମିକାଙ୍କ ପ୍ରେମ କାହାଣୀ