ପ୍ରମୁଖ ଖବର
  • ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
  • ||
  • ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୫୫୪ଟି ଅମୃତ ଭାରତ ଷ୍ଟେସନ୍ ଶିଳାନ୍ୟାସ
  • ||
  • ଭୁବନେଶ୍ଵର : ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ
  • ||
  • ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
  • ||
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

କୁତ୍ରା ବ୍ଲକରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କଲେ ବିଶାଳ

କୁତ୍ରା ୭/୧୦(ଆପ୍ର): ଆଜି ଓଡିଶା ସିଭିଲ ସର୍ଭିସ ପରୀକ୍ଷାର ଫଳ ବାହାରିଥିବା ବେଳେ ଏଥିରେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଗ୍ରାମର ବିଶାଳ କୁମାର ବୁଡା ୨୮୯ ତମ ସ୍ଥାନ ଅଳଙ୍କୃତ କରି ସଫଳତା ହାସଲ କରିଛନ୍ତି । ଖତକୁରବାହାଲ ଗ୍ରାମର ସ୍ଥାୟୀ ନିବାସୀ ପୋଲିସ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ପିତା ନିତ୍ୟାନନ୍ଦ ବୁଡା ଏବଂ ମାତା ପ୍ରିୟତମା ବୁଡାଙ୍କର ପୁତ୍ର ବିଶାଳ ବାରିପଦାଠାରେ ବିଦ୍ୟାଳୟ ପାଠ ସାରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ଏମଏସି ପାସ କରିବା ପରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଜି ପରୀକ୍ଷାର ଫଳ ବାହାରି ଥିବାବେଳେ ଏଥିରେ ସେ ସଫଳତା ହାସଲ କରି ନିଜ ପାଇଁ ତଥା କୁତ୍ରା ଅଂଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ତାଙ୍କର ଏହି ସଫଳତା ପରେ ଗାଁରେ ଖୁସିର ଲହରୀ ଖେଳିଯିବା ସହ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.