ଜେଲେନସ୍କିଙ୍କ ପ୍ରେମରେ ପୁଟିନ୍ଙ୍କ ଝିଅ, ୨ ବର୍ଷରେ ୫୦ ଥର ଭେଟିଛନ୍ତି

ମସ୍କୋ,୨୦।୫: ରୁଷ ଓ ୟୁକ୍ରେନ୍ ଭିତରେ ଜାରି ରହିଛି ଯୁଦ୍ଧ। ଏହା ଭିତରେ ଖବର ଆସିଛି ଯେ, ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ଙ୍କ ଝିଅ କ୍ୟାଟରିନା ଟିଖୋନୋଭା କିନ୍ତୁ ଜେଲେନସ୍କି ପ୍ରେମରେ ପଡିଛନ୍ତି। ପୁଟିନ୍ ସବୁଠାରୁ ଅଧିକ ଜେଲେନେସ୍କିଙ୍କୁ ଘୃଣା କରୁଥିବା ବେଳେ ତାଙ୍କ ଝିଅ କିପରି ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ପ୍ରେମ କଲେ ତାହା ନିଶ୍ଚିତ ଆଶ୍ଚର୍ଯ୍ୟର କଥା ହୋଇପାରେ। ହଁ ଏକଥା ସତ ଯେ ପୁଟିନ୍ଙ୍କ ସାନ ଝିଅ ଜେଲେନସ୍କିଙ୍କୁ ଭଲ ପାଉଛନ୍ତି, କିନ୍ତୁ ଏ ଜେଲେନସ୍କି, ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନୁହନ୍ତିଁ। ସେ ହେଉଛନ୍ତି ଆଉ ଜଣେ ବ୍ୟକ୍ତି। ଦୁହିଁଙ୍କ ଭିତରେ ୨ ବର୍ଷରେ ୫୦ରୁ ଅଧିକ ଥର ସାକ୍ଷାତ ହୋଇସାରିଛି।

ପୁଟିନ୍ଙ୍କ ସାନ ଝିଅ କ୍ୟାଟରିନାଙ୍କ ବୟଫ୍ରେଣ୍ଡଙ୍କ ନାଁ ହେଉଛି ଇଗୋର ଜେଲେନସ୍କି। ଦୁହେଁ ଗତ ୫ ବର୍ଷ ହେବ ରିଲେସନସିପ୍ରେ ଅଛନ୍ତି। ଏଭଳି ଖୁଲାସା କରିଛି ରୁଷର ଏକ ସ୍ବତନ୍ତ୍ର ଆଉଟଲେଟ୍ ଆଇଷ୍ଟୋରିଜ୍ ଓ ଜର୍ମାନୀର ଡେର ସ୍ପାଇଲେଗ୍ର ରିପୋର୍ଟ। ୧୯୮୬ରେ ଜନ୍ମିତ ପୁଟିନ୍ଙ୍କ ସାନ ଝିଅ କ୍ୟାଟରିନାଙ୍କ ବିବାହ ରୁଷର ଯୁବ ଅରବପତି କିରିଲ ଶାମଲୋଭଙ୍କ ସହିତ ହୋଇଥିଲା, ତେବେ ତାଙ୍କ ବିବାହ ମାତ୍ର ଗୋଟିଏ ବର୍ଷ ପାଇଁ ତିଷ୍ଠି ନଥିଲା। ୨୦୧୭ରେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।

ସେଭଳି କ୍ୟାଟିରିନାଙ୍କ ବୟଫ୍ରେଣ୍ଡ ଜେଲେନସ୍କିଙ୍କ ବିଷୟରେ ଯଦି କଥା ହେବା ତେବେ ସେ ହେଉଛନ୍ତି ପେଶାରେ ଜଣେ ବେଲି ଡ୍ୟାନ୍ସର। ତାଙ୍କୁ ବର୍ତ୍ତମାନ ୫୨ ବର୍ଷ। ଜେଲେନସ୍କି ଏହା ପୂର୍ବରୁ କୋରିଓଗ୍ରାଫର ୟାନା ସେରେବ୍ରିକୋଭାଙ୍କୁ ବିବାହ କରିଥିଲେ, ଯାହାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଗୋଟିଏ ପଟେ ପୁଟିନ୍ ପାଶ୍ଚାତ୍ୟ ଦେଶରେ ରହୁଥିବା ରୁଷର ନାଗରିକଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ତାଙ୍କ ଝିଅ ସରକାରୀ ସୁରକ୍ଷାରେ ନିଜ ବୟଫ୍ରେଣ୍ଡକୁ ଭେଟିବାକୁ ମ୍ୟୁନିଖ ଯାଉଥିଲେ। ରିପୋର୍ଟରେ କୁହାଯାଇଛି କ୍ୟାଟରିନା ୨୦୧୭ ରୁ ୨୦୧୯ ଭିତରେ ୫୦ ଥର ଜେଲେନସ୍କିଙ୍କୁ ଭେଟିବାକୁ ମ୍ୟୁନିଖ ଯାଇଥିଲେ।୨୦୨୨ ଆରମ୍ଭରୁ ଦୁହେଁ ମ୍ୟୁନିଖ୍ରେ ଏକାଠି ରହୁଥିଲେ। ଗତ ୩ ମାସ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ କାରଣରୁ ଦୁହେଁ ପରସ୍ପରକୁ ଭେଟି ପାରୁନାହାନ୍ତି। ଦୁଇ ଦେଶର ସାଧାରଣ ନାଗରିକଙ୍କ ସହିତ ଏବେ ଖୋଦ୍ ପୁଟିନଙ୍କ ଝିଅ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି।