PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଭୋଡାଫୋନ୍-ଆଇଡିଆ ନିଜ ୟୁଜର ବେସ୍ ବଢାଇବା ପାଇଁ ଲଞ୍ଚ କଲା ଏହି ଶାନଦାର୍ ପ୍ଲାନ୍, ୬ ମାସ ରହିବ ଭ୍ୟାଲିଡିଟି

source:http://www.indiantelevision.com

ନୁଆଦିଲ୍ଲୀ ୨୭/୧: ଦେଶର ନଂ୧ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ନିଜ ୟୁଜର ବେସ୍ ବଢାଇବା ପାଇଁ ଲଗାତାର ଚେଷ୍ଟା ଚଳାଇଆସୁଛନ୍ତି । ନିକଟରେ ଭୋଡାଫୋନ୍-ଆଇଡିଆ ନିଜ ୟୁଜର୍ସଙ୍କ ପାଇଁ ୨୪ ଟଙ୍କିଆ ଏକ ପ୍ଲାନ୍ ଲଞ୍ଚ କରିଛି ଯାହା ସାହାଯ୍ୟରେ ୟୁଜର୍ସ ୨୮ ଦିନ ପର୍ଯ୍ୟନ୍ତ ନିଜ ନମ୍ବରର ଭ୍ୟାଲିଡିଟି ବଢାଇ ପାରିବେ । ତେବେ କହିରଖୁଛୁ ୨୪ ଟଙ୍କିଆ ଏହି ପ୍ଲାନରେ ୟୁଜର୍ସଙ୍କୁ କଲିଂ କିମ୍ବା ଡାଟାର ସୁବିଧା ମିଳିବନି । କମ୍ପାନୀ ନିଜ ୟୁଜର୍ସଙ୍କ ନମ୍ବରର ବୈଧତା ବଢାଇବା ପାଇଁ ପୁଣି ଏକ ଶାନଦାର ପ୍ଲାନ୍ ଲଞ୍ଚ କରିଛି ଯାହାର ସବୁଠାରୁ ଖାସ୍ ବୈଶିଷ୍ଟ୍ୟ ହେଉଛି ୟୁଜର୍ସଙ୍କୁ ୬ମାସର ଇନକମିଂ କଲ୍ ଫ୍ରି ମିଳିବ ।

କମ୍ପାନୀ ନିଜ ୟୁଜର୍ସଙ୍କ ନମ୍ବରର ବୈଧତା ବଢାଇବା ପାଇଁ ୧୫୪ ଟଙ୍କିଆ ଏକ ପ୍ଲାନ୍ ଲଞ୍ଚ କରିଛି ଯେଉଁଥିରେ ୟୁଜର୍ସଙ୍କୁ ୬ମାସ ଇନକମିଂ କଲ୍ ଫ୍ରିର ସୁବିଧା ମିଳିବ । କହିରଖୁଛୁ ଏଥିରେ ୟୁଜର୍ସଙ୍କୁ ଫ୍ରି କଲିଂ ଓ ଇଣ୍ଟରନେଟର ସୁବିଧା ମିଳିବନି । କିନ୍ତୁ ୟୁଜର୍ସଙ୍କୁ ଏହି ପ୍ଲାନରେ ଭୋଡାଫୋନରୁ ଭୋଡାଫୋନକୁ କଲିଂ ପାଇଁ ୬୦୦ ମିନିଟ୍ ମିଳିବ । କିନ୍ତୁ ୟୁଜର୍ସ କେବଳ ରାତି ୧୧ଟାରୁ ସକାଳ ୬ମଧ୍ୟରେ ଏହାର ଲାଭ ଉଠାଇପାରିବେ । ଏହାପରେ ଯଦି ଆପଣ କଲ୍ କରନ୍ତି ତେବେ ୨.୫ ପ୍ରତି ସେକେଣ୍ଡ ଦରରେ ଚାର୍ଜ କରାଯିବ ।

ସମ୍ବନ୍ଧିତ ଖବର