PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଶିକ୍ଷକ ଓ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ, ବନ୍ଦ ହେଲା ସ୍କୁଲ

ପାଟଣା ୧୯/୭: କୋଚିଂ କ୍ଲାସ୍ ବାହାନାରେ ଚାଲିଥିଲା ସେକ୍ସ ରାକେଟ୍ । ଏମିତି ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟଣାର ପାଲିଙ୍ଗଜରେ । ଏଠାରେ ଥିବା ଏକ କୋଚିଂ କ୍ଲାସରେ ସେକ୍ସ ରାକେଟ୍ ଚାଲୁଥିବା ଘଟଣା ସାମ୍ନାକୁ ଆସିଛି । ଏହି ସେକ୍ସ ରାକେଟ୍ ଜରିଆରେ ସ୍କୁଲଛାତ୍ରୀଙ୍କୁ ଫସାଇ ସେମାନଙ୍କୁ ବ୍ଲାକମେଲ୍ କରାଯାଉଥିଲା । ଏଥିରେ କୋଚିଂ ସେଣ୍ଟରର ମୁଖ୍ଯକୁ ପାଲିଙ୍ଗଜରେ ଏକ ପ୍ରାଇଭେଟ୍ ସ୍କୁଲ ସାହାଯ୍ଯ କରୁଥିଲା । ଘଟଣାର ସତ ସାମ୍ନାକୁ ଆସିବା ପରେ ସ୍କୁଲକୁ ବନ୍ଦ କରି ମାମଲାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରିଛି ପୋଲିସ । ସମ୍ପୂର୍ଣ୍ଣ ଘଟଣାଟି ଏମିତି…

ମଙ୍ଗଳବାର ସକାଳେ ସୋସିଆଲ ମିଡିଆରେ ସମ୍ପୃକ୍ତ ଶିକ୍ଷକ(କୋଚିଂ ସେଣ୍ଟରର ମୁଖ୍ଯ) ଓ ଜଣେ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେବାପରେ ସେହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଭିଡିଓ ଭାଇରାଲ ହେବାପରେ ନାବାଳିକା ଛାତ୍ରୀଙ୍କ ପରିବାର ଲୋକେ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କଲେ । ଛାତ୍ରୀଙ୍କ ବୟସ ୧୫ ବର୍ଷ । ସେ କୋଚିଂ ସେଣ୍ଟର ନିକଟରେ ଥିବା ସ୍କୁଲ୍ ଲିଟିଲ ଫ୍ଲାୱରରେ ୬ଷ୍ଠ ଶ୍ରେଣୀରେ ପଢନ୍ତି । ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ ଛାତ୍ରୀଙ୍କ ସ୍କୁଲ ଅଧ୍ଯକ୍ଷ ତାଙ୍କ ପରିବାର ଲୋକଙ୍କୁ ଡାକି କହିଲେ ଯେ ଛାତ୍ରୀ ଜଣକ ପାଠପଢାରେ ଦୁର୍ବଳ ଅଛନ୍ତି । ତେଣୁ ତାଙ୍କୁ କୋଚିଂ ସେଣ୍ଟର ପଠାଇବାକୁ ପଡିବ । ଏଥିପାଇଁ ସେ ଜଣେ ଶିକ୍ଷକ ଧର୍ମେନ୍ଦ୍ର କୁମାରଙ୍କ ନାଁ ପ୍ରସ୍ତାବ ଦେଲେ ।  

ଧର୍ମେନ୍ଦ୍ର ସ୍କୁଲରେ ଇଂରାଜୀ ପଢାନ୍ତି । ଏବଂ ସେ ନିଜର ଏକ କୋଚଂ କ୍ଲାସ୍ ମଧ୍ଯ ଚଲାନ୍ତି । ସ୍କୁଲ୍ ଡାଇରେକ୍ଟର ଓ ଅନ୍ଯ ଶିକ୍ଷକଙ୍କ ପରାମର୍ଶ ପରେ ପରିବାର ଲୋକେ ସେହି କୋଚିଂ ସେଣ୍ଚରରେ ଛାତ୍ରୀଙ୍କୁ ଭର୍ତ୍ତି କଲେ । ପରେ ଯେତେବେଳେ କୋଚିଂ ସେଣ୍ଟରର ଶିକ୍ଷକ(ଧର୍ମେନ୍ଦ୍ର)ଙ୍କ ସହିତ ଛାତ୍ରୀଙ୍କ ଭିଡିଓ ଭାଇରାଲ ହେଲା ଛାତ୍ରୀଙ୍କ ପିତା ସ୍କୁଲ୍ ଯାଇ ଅଭିଯୋଗ କଲେ । ସେଠାରେ ଧର୍ମେନ୍ଦ୍ର ସାର୍ ନଥିଲେ । ସ୍କୁଲର ପ୍ରିନ୍ସିପାଲ୍ ଓ ଡାଇରେକ୍ଟର ଛାତ୍ରୀଙ୍କ ବାପାଙ୍କୁ ଧମକ ଦେଇ ତଡିଦେଲେ । ଏବଂ କହିଲେ ଯଦି ସେ ଏହି କଥା ଆଉ କାହା ଆଗରେ ପ୍ରକାଶ କରିବ ତେବେ ସ୍କୁଲରୁ ଛାତ୍ରୀଙ୍କ ନାଁ କାଟିଦେବେ ଏବଂ ସେ ଆଉ କାହାକୁ ମୁହଁ ଦେଖାଇପାରିବନି । ଥାନାରେ ଅଭିଯୋଗପତ୍ରରେ ଛାତ୍ରୀଙ୍କ ପରିବାରଲୋକେ କୋଚିଂ ସେଣ୍ଟରର ଶିକ୍ଷକଙ୍କ ସହିତ ସ୍କୁଲ ଡାଇରେକ୍ଟର, ପ୍ରିନ୍ସିପାଲ୍ ଓ ଅନ୍ଯ କିଛି ଶିକ୍ଷକଙ୍କ ବିରୁଦ୍ଧରେ ମଧ୍ଯ ଅଭିଯୋଗ ଆଣିଛନ୍ତି । ସମ୍ପୃକ୍ତ ଶିକ୍ଷକ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅନ୍ଯପଟେ ସ୍କୁଲର ଡାଇରେକ୍ଟରଙ୍କ କହିବାନୁସାରେ ଏହି ଭିଡିଓ ପ୍ରାୟ ୬ ମାସ ତଳର । ଏବଂ ଭିଡିଓରେ ଥିବା ଶିକ୍ଷକ ସ୍କୁଲରେ ପଢାନ୍ତି ନାହଁ । ସେ ୨ ମାସ ପୂର୍ବରୁ ସ୍କୁଲ୍ ଛାଡିସାରିଛନ୍ତି । ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ସ୍କୁଲ ଭିତର ଦୃଶ୍ଯ ନୁହେଁ । ମାମଲାକୁ ଶାନ୍ତ ରଖିବା ପାଇଁ ସ୍କୁଲକୁ ବନ୍ଦ କରିଦେଇଛି ପୋଲିସ ।  ତେବେ ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଘଟିଛି । ତେଣୁ ପୋଲିସ ସନ୍ଦେହ କରୁଛି ଯେ ଏହା ଏକ ସେକ୍ସ ରାକେଟ୍ ହୋଇପାରେ । ଅନ୍ଯପଟେ କୋଚିଂ ସେଣ୍ଟରର ସମସ୍ତେ ଗାଏବ ଅଛନ୍ତି । ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି ପୋଲିସ ।