PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଗ୍ରାହକ ସେବାକୁ ଆହୁରି ମଜଭୁତ କଲା ଫକ୍ସୱାଗନ୍‌

ଭୁବନେଶ୍ୱର,୨୩ା୧(ବ୍ୟୁରୋ):ଗ୍ରାହକଙ୍କୁ ଉତ୍ତମ ବିକ୍ରି ପରବର୍ତ୍ତୀ ସେବା ଦେବା ଲକ୍ଷ୍ୟରେ ଫକ୍ସୱାଗନ୍‌ ଗ୍ରୁପ୍‌ ଇଣ୍ଡିଆ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଗତବର୍ଷ ପୁଣେରେ ଶୁଭାରମ୍ଭ ହୋଇଥିବା ଆଞ୍ଚଳିକ ବିତରଣ କେନ୍ଦ୍ର (ଆର୍‌ଡିସି)ର ସମ୍ପ୍ରସାରଣ ସହିତ ଏକ ସମ୍ପୂର୍ଣ୍ଣ ନୂଆ ସେଣ୍ଟ୍ରାଲାଇଜ୍‌ଡ ୱାରେଣ୍ଟି ପାର୍ଟସ ରିଟର୍ଣ୍ଣ ସେଣ୍ଟର (ଡବ୍ଲ୍ୟପିଆର୍‌ସି)ର ଉଦ୍‌ଘାଟନ କରିଛି କମ୍ପାନି ।
ଫକ୍ସୱାଗନ୍‌ ପୁଣେସ୍ଥିତ ଚକନ୍‌ ପ୍ଲାଣ୍ଟ ପରିସରରେ ୨୫,୦୦୦ ବର୍ଗମିଟର ସ୍ଥାନରେ ପ୍ରସ୍ତୁତ ଏହି ଆର୍‌ଡିସି ଜରିଆରେ କମ୍ପାନି ଦେଶରେ ନିଜର ସ୍ଥାନ ମଜଭୁତ କରିବାର ଲକ୍ଷ୍ୟ ରଖିଛି ।
ଏହାର ସମ୍ପ୍ରସାରଣ ଘୋଷଣା ଅବସରରେ ଫକ୍ସୱାଗନ୍‌ ଗ୍ରୁପ୍‌ ଇଣ୍ଡିଆ ମୁଖ୍ୟ ଗୁର୍‌ପ୍ରତାପ ବୋପାରାଇ, କମ୍ପାନିର ନିର୍ଦ୍ଦେଶକ (ବିକ୍ରି ପରବର୍ତ୍ତୀ ସେବା ଏବଂ ଭେଇକିଲ୍‌ ଲଜିଷ୍ଟିକ୍ସ) ଜଷ୍ଟିନ୍‌ ନୋଲ୍‌ଟେ ଏବଂ କମ୍ପାନିର ମୁଖ୍ୟ (ପାର୍ଟସ ଏବଂ ଭେଇକିଲ୍‌ ଲଜିଷ୍ଟିକ୍ସ) ବିନୋଦ ପ୍ରକାଶ ଶୀବହରେ ପ୍ରମୁଖ ଉପସ୍ଥିତ ଥିଲେ । ଉପରୋକ୍ତ ଆର୍‌ଡିସି ବର୍ତ୍ତମାନ ଏନ୍‌ସିଆର୍‌ରେ ଥିବା ପାର୍ଟସ ବିତରଣ କେନ୍ଦ୍ରଗୁଡିକ ସହିତ ବାଙ୍ଗାଲୋରରେ ଥିବା କେନ୍ଦ୍ରକୁ ପାର୍ଟସ ଯୋଗାଇବ । ଏଠାରୁ ହିଁ ଏହି ଅଞ୍ଚଳଗୁଡିକରେ ଥିବା ସମସ୍ତ ଡିଲର ପଏଣ୍ଟ ଏବଂ ସର୍ଭିସ୍‌ ଷ୍ଟେସନଗୁଡିକୁ ପାର୍ଟସ ଯୋଗାଇ ଦିଆଯିବ । ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ଥିବା ଡିଲର ପଏଣ୍ଟଗୁଡିକୁ ଆର୍‌ଡିସି ସିଧାସଳଖ ପାର୍ଟସ ଯୋଗାଇବ । ଫକ୍ସୱାଗନ୍‌ ଗ୍ରୁପ୍‌ ଅଧୀନରେ ଆସୁଥିବା ବ୍ରାଣ୍ଡ ଯେପରି ଫକ୍ସୱାଗନ୍‌, ସ୍କୋଡା, ଅଡି, ପୋର୍ସ ଏବଂ ଲାମ୍ବୋର୍‌ଘିନି ପାଇଁ ଏହି ଆର୍‌ଡିସି ସ୍ପେୟାର୍‌ ପାର୍ଟସ ଯୋଗାଇଦେବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ ।