ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଅଧିକ ଭୋଟଦାନ ପାଇଁ ବ୍ଲୁ ପ୍ରିଣ୍ଟ୍‌: ଟେଲିଫୋନ୍‌, ବିଜୁଳି ବିଲ୍‌ ଓ କ୍ଷୀର ପାଉଚରେ ସଚେତନତା ବାର୍ତ୍ତା

ଭୁବନେଶ୍ୱର,୮ା୨(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟକ ମତଦାତାଙ୍କ ଅଂଶଗ୍ରହଣ ପ୍ରସଙ୍ଗରେ ଶୁକ୍ରବାର ‘ସୁଇପ୍‌ କମିଟି’ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଅଧ୍ୟକ୍ଷତା କରିଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ ସରକାରୀ, ବେସରକାରୀ ଓ କର୍ପୋରେଟ୍‌ ସଂସ୍ଥା ଗୁଡ଼ିକରେ ‘ଭୋଟର ସଚେତନତା ଫୋରମ୍‌’ ଗଠନ କରାଯିବ । ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଇଭିଏମ୍‌ ସହ ଭିଭିପ୍ୟାଟ୍‌ରେ ମତଦାନ ସମ୍ପର୍କରେ ସଚେତନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଭୋଟର ତାଲିକାଭୁକ୍ତ ହୋଇ ନଥିବା ବ୍ୟକ୍ତିଙ୍କୁ ଭୋଟଦାନର ମହତ୍ତ୍ୱ ଓ ଦେଶ ଗଠନରେ ନାଗରିକର କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରିବା ହେଉଛି ଭୋଟର ସଚେତନତା ଫୋରମ୍‌ର ମୁଖ୍ୟ ଉଦ୍ଦେଶ୍ୟ ।
‘ସୁଇପ୍‌’ କାର୍ଯ୍ୟକ୍ରମ ଜରିଆରେ ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଟିଭି ଓ ସିନେମା ହଲ୍‌ରେ ଭିଡିଓ ସ୍ପଟ୍‌, ରେଡିଓ ଜିଙ୍ଗିଲ୍ସ, ରେଳଷ୍ଟେସନରେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ଭିଡିଓ ପ୍ରଦର୍ଶନ କରାଯିବ । ତା’ଛଡା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ରାଜ୍ୟର ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ହୋର୍ଡିଂ ଲଗାଇବା, ଟେଲିଫୋନ୍‌ ବିଲ୍‌, ବିଜୁଳି ବିଲ୍‌, କ୍ଷୀର ପାଉଚରେ ଭୋଟ୍‌ ସଚେତତନା ବାର୍ତ୍ତା ‘ଭୋଟ୍‌ ଦେବା-ଦେଶ ଗଢ଼ିବା’ ଲେଖା ଛପାଇବା, ରାଜ୍ୟରେ ଚଳାଚଳ କରୁଥିବା ସମସ୍ତ ବସ୍‌ରେ ଭୋଟର ସଚେତନତା ବାର୍ତ୍ତା ସମ୍ପର୍କିତ ବ୍ୟାନର ଲଗାଇବା ଉପରେ ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅଭୟ ନାୟକ, ଆଇ-ଆଣ୍ଡ-ପିଆର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ନିରଞ୍ଜନ ସେଠୀଙ୍କ ସମେତ ବିଭିନ୍ନ ବିଭାଗ, ନାଲ୍‌କୋ, ସେଲ୍‌, ଓଏମ୍‌ସି, ଆଇଓସିଏଲ୍‌ ଏବଂ ଷ୍ଟେଟ୍‌ ବ୍ୟାଙ୍କ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.