ନୂଆଦିଲ୍ଲୀ,୨୭/୦୭: ଭିଭି ଏସ୍ ଲକ୍ଷ୍ମଣଙ୍କ ପ୍ରଶିକ୍ଷଣରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ କ୍ଲିନ୍ ସୁଇପ୍ କରିଛି ଭାରତ । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା ଭାରତର ପ୍ରଥମ ସିରିଜ୍ ବିଜୟ । ଗୌତମ ଗମ୍ଭୀରଙ୍କ କୋଚିଂରେ ବ୍ୟାକ୍ ରୁ ବ୍ୟାଟ୍ ସିରିଜ୍ ହାରିଥିଲା ଭାରତ । ଆୟର୍ଲାଣ୍ଡ ଏବଂ ଇଂଲଣ୍ଡଠାରୁ ଟି-ଟ୍ୱେଣ୍ଟି ସିରିଜ୍ ହାରିବା ପରେ ଏବେ ଲକ୍ଷ୍ମଣଙ୍କ କୋଚିଂରେ ଭାରତ ସିରିଜ୍ ବିଜୟୀ ହୋଇ ମନୋବଳ ଫେରି ପାଇଛି । ଲକ୍ଷ୍ମଣ ପୂର୍ବରୁ ଟିମ୍ ଇଣ୍ଡିଆକୁ ଅନେକ ସିରିଜ ବିଜୟୀ କରାଇଛନ୍ତି । ପୂର୍ବତନ ଭାରତୀୟ ଖେଳାଳି ଏବଂ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଜିମ୍ବାୱେ ଗସ୍ତରେ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ପ୍ରଶିକ୍ଷକ ଭାବରେ ଟିମ୍ ଇଣ୍ଡିଆର ଦାୟିତ୍ୱ ନେଇଥିଲେ । ତାଙ୍କ ପ୍ରଶୀକ୍ଷଣରେ ଭାରତର ଭଲ ରେକର୍ଡ ରହିଛି ।

ଲକ୍ଷ୍ମଣଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ବିଜୟ ହାସଲ କରିବା ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ଅନେକ ଥର ଘଟିଛି । ପ୍ରଶିକ୍ଷକ ଭାବରେ ତାଙ୍କର ଏକ ଦୃଢ଼ ଟ୍ରାକ୍ ରେକର୍ଡ ଅଛି, ମୁଖ୍ୟ ପ୍ରଶିକ୍ଷକଙ୍କ ଅନୁପସ୍ଥିତିରେ ସେ ଅନେକ ଥର ଏହି ଭୂମିକା ଗ୍ରହଣ କରିଛନ୍ତି । ଲକ୍ଷ୍ମଣଙ୍କ ରେକର୍ଡ ନିସନ୍ଦେହରେ ଗୌତମ ଗମ୍ଭୀରଙ୍କ କୋଚିଂକୁ ଭୁଲାଇ ଦେଇପାରେ । ଲକ୍ଷ୍ମଣ କୋଚିଂରେ ଭାରତର ସିରିଜ୍ ବିଜୟ ପରେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ଅଧିନାୟକ ଶ୍ରେୟସ ଆୟର । ଟିମ୍ ଇଣ୍ଡିଆର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରେରଣା ଏବଂ ଉତ୍ସାହିତ କରିବା ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆୟର ।

ଏହା ବି ପଢନ୍ତୁ...Vaibhav Sooryavanshi: ବୈଭବଙ୍କୁ କାହିଁକି ଚେତାବନୀ ଦେଲେ ହେଡ୍ କୋଚ୍ ? ନସୁଧୁରିଲେ କ୍ୟାରିୟର ହୋଇପାରେ ଖରାପ 

ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ୱରେ ଦ୍ୱିପାକ୍ଷିକ ସିରିଜରେ ଭାରତର ରେକର୍ଡ

୨୦୨୨ ବନାମ ଆୟର୍ଲାଣ୍ଡ- ୨-୦ରେ ସିରିଜ୍ ବିଜୟ

୨୦୨୨ ବନାମ ଜିମ୍ୱାୱେ - ୩-୦ରେ ସିରିଜ୍ ବିଜୟ

୨୦୨୨ ବନାମ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି- ୧-୦ ସିରିଜ ୱିନ୍

୨୦୨୨ ବନାମ ନ୍ୟୁଜିଲାଣ୍ଡ ଦିନିକିଆ - ୦-୧ ପରାଜୟ

୨୦୨୪ ବନାମ ଜିମ୍ବାୱେ -୪-୧ ସିରିଜ୍ ବିଜୟ

୨୦୨୪ ବନାମ ସାଉଥ୍ ଆଫ୍ରିକା - ୩-୧ ସିରିଜ୍ ବିଜୟ

୨୦୨୬ ବନାମ ଜିମ୍ବାୱେ- ୩-୦ କ୍ୱିନ୍ ସୁଇପ୍