PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

କେବଳ ସ୍ୱାସ୍ଥ୍ୟ ନୁହେଁ, ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଖରୋଟ : ଜାଣନ୍ତୁ ଏହାର ଚମତ୍କାର ଫାଇଦା

scitechdaily

ନୂଆଦିଲ୍ଲୀ ୨୧/୦୩ : ଡ୍ରାଏ ଫ୍ରୁଟ୍ସ ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ। ଏଥିପାଇଁ ଡାକ୍ତରମାନେ ଏହାକୁ ଖାଇବାକୁ ପରାମର୍ଶ ଦିଅନ୍ତି। ଡ୍ରାଏ ଫ୍ରୁଟ୍ସରେ ଅଖରୋଟ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ପୋଷଣ ଦେବାରେ ସାହାଯ୍ୟ କରିଥାଏ। ଏହା ଏକ ସୁପରଫୁଡ୍, ଯାହା ଓଜନ କମ୍ କରିବାରେ ସହାୟକ ହୋଇଥାଏ। ଏହା ପ୍ରୋଟିନର ଏକ ଉତ୍ତମ ଉତ୍ସ। କେବଳ ଏତିକି ନୁହେଁ, ଅଖରୋଟରେ ଅନସାଚୁରେଟେଡ୍ ଫ୍ୟାଟ୍ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ପୁଷ୍ଟିକର ଭରପୂର ଅଖରୋଟ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

ଖାଦ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଅଖରୋଟ ହେଉଛି ଓମେଗା-୩ ଏବଂ ଓମେଗା-୬ ଅନସାଚୁରେଟେଡ୍ ଫ୍ୟାଟି ଏସିଡର ସର୍ବୋତ୍ତମ ଉତ୍ସ। ଉଭୟ ଫ୍ୟାଟି ଏସିଡ୍‌କୁ ସଠିକ୍ ପରିମାଣରେ ଖାଇବା ଦ୍ୱାରା, ଏହା ଚର୍ମର ପ୍ରଦାହ ଏବଂ ଅନ୍ୟାନ୍ୟ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ। ଏହି ଅଧ୍ୟୟନରେ ଆହୁରି କୁହାଯାଇଛି ଯେ ପ୍ରାୟ ୯୫ ରୁ ୯୯ ପ୍ରତିଶତ ଲୋକ ଓମେଗା -୩ ଫ୍ୟାଟି ଏସିଡ୍ ଖାଉ ନାହାଁନ୍ତି। ଗବେଷକଙ୍କ ଅନୁଯାୟୀ, ସୁସ୍ଥ ଚର୍ମ ପାଇଁ ପ୍ରତିଦିନ ୨-୩ ଅଖରୋଟ ଖାଇବା ଉଚିତ୍।

Walnuts 101: Nutrition Facts and Health Benefits

ଚର୍ମ ପାଇଁ ଅଖରୋଟ ଖାଇବାର ଫାଇଦା :

ରକ୍ତ ସୁଦ୍ଧ କରିଥାଏ : ଅଖରୋଟ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ। ଯାହା ଶରୀରରୁ ବିଶାକ୍ତପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଅଖରୋଟ ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ହୋଇଥାଏ। ଏହା ମୁଖ ବ୍ରଣ ଏବଂ ଚର୍ମ ସହ ଜଡିତ ଅନେକ ସମସ୍ୟାରୁ ରକ୍ଷା କରିଥାଏ।

ସ୍କିନ୍‌କୁ କରିଥାଏ ମଶ୍ଚରାଇଜ୍ : ଅଖରୋଟ ଭିଟାମିନ୍ ବି ଫାଇଭ୍ ଓ ଇ ଭଳି ମଶ୍ଚରାଇଜିଂ ଗୁଣରେ ଭରପୁର ହୋଇଥାଏ । ଏହି ପୋଷକ ତତ୍ୱ ସ୍କିନକୁ ହାଇଡ୍ରେଟ୍ ରଖିବା ଏବଂ ଏହାକୁ ଭିତରୁ ପୋଷଣ ଦେବାର କାମ କରିଥାଏ।

ଡାର୍କ ସର୍କଲ୍ : ଲାପଟପ୍ କିମ୍ବା ଫୋନରେ ଦୀର୍ଘ ସମୟ କାମ କରିବା ହେତୁ ଅନେକ ଲୋକଙ୍କର ଡାର୍କ ସର୍କଲ୍ ହୋଇଯାଏ। ଡିହାଇଡ୍ରେସନ୍ ଏବଂ ନିଦ୍ରା ଅଭାବ ହେତୁ ଏହି ସମସ୍ୟା ମଧ୍ୟ ଉପୁଜେ। ଏହାକୁ ଏଡାଇବା ପାଇଁ, ପ୍ରତିଦିନ ଅଖରୋଟ ଖାଇବା ଆରମ୍ଭ କରନ୍ତୁ। ଏହା ଆପଣଙ୍କ ଆଖି ତଳେ ଥିବା ଡାର୍କ ସର୍କଲ କମ୍ କରିବାରେ ସାହାଯ୍ୟ କରିଥାଏ।

ଗ୍ଲୋଇଂ ସ୍କିନ୍ : ଅଖରୋଟରେ ଥିବା ଭିଟାମିନ୍ ଚର୍ମରେ ଥିବା କଳା ଦାଗକୁ କମ୍ କରିବା ସହ ଗ୍ଲୋଇଂ ଇଫେକ୍ଟ ଦେଇଥାଏ।