ସରକାରୀ ଚାକିରିଆ କନ୍ୟା ଦରକାର , ରାସ୍ତାରେ ପୋଷ୍ଟର ଧରି ଠିଆ ହୋଇଛନ୍ତି ଯୁବକ …ଭିଡ଼ିଓ ଭାଇରାଲ

ଛିନ୍ଦୱାଡା : ଆପଣ ଖବର କାଗଜରେ ବା ମାଟ୍ରିମୋନିୟଲ ସାଇଟ୍ରେ ନିଜ ପସନ୍ଦର ଜୀବନ ସାଥି ପାଇଁ ବିଜ୍ଞାପନ ଦେଖିଥିବେ। ଏଥିରେ ସାଧାରଣତଃ ଲୋକେ ନିଜର ସୂଚନା ସହ ନିଜର ଭାବି ଜୀବନସାଥିଙ୍କ ଠାରେ କଣ କଣ ଇଚ୍ଛା ବା ଯୋଗ୍ୟତା ଚାହାଁନ୍ତି , ଏହା ବିଷୟରେ ଲେଖିଥାନ୍ତି । କିନ୍ତୁ ଛିନ୍ଦୱାଡାରେ କିଛି ଭିନ୍ନ ପ୍ରକାରର ଦେଖିବାକୁ ମିଳିଛି । ଯାହାକି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଜଣେ ଯୁବକ ବିବାହ କରିବାକୁ ଜଣେ ଯୁବତୀଙ୍କ ତଲାସରେ ଅଛନ୍ତି , ଏଥିପାଇଁ ସେ ପୋଷ୍ଟର ଧରି ରାସ୍ତାରେ ଠିଆ ହୋଇଛନ୍ତି, ଯେଉଁଥିରେ ସେ ନିଜର ଭାବି ଧର୍ମପତ୍ନୀଙ୍କ ଠାରେ କେବଳ ଗୋଟିଏ ଯୋଗ୍ୟତା ଲେଖିଛନ୍ତି । ତାହା ଏହା କି ସେହି ଯୁବତୀ ଜଣକ ସରକାରୀ ଚାକିରିଆ ହୋଇଥିବା ଦରକାର। ଏହା ବ୍ୟତୀତ ତାଙ୍କର ଆଉ କୌଣସି ସେମିତି ସର୍ତ୍ତ ନାହିଁ।
ଉକ୍ତ ପୋଷ୍ଟରରେ ଆଉ ଏକ ରୋଚକପୂର୍ଣ୍ଣ କଥା ସେ ଲେଖି ଥିଲେ। ଯୁବକ ଜଣକ ବିବାହ କରିବା ବଦଳରେ ଯୁବତୀଙ୍କୁ ଓଲଟା ଯୌତୁକ ଦେବାକୁ ବି ପ୍ରସ୍ତୁତ ଅଛନ୍ତି । ଏହି ଯୁବକଙ୍କର ଭିଡ଼ିଓ ଏହି ସମୟରେ ଭାଇରାଲ ହେଉଛି , ଏହାସହ ଛିନ୍ଦୱାଡା ସହରରେ ଏହାକୁ ନେଇ ଖୁବା ଚର୍ଚ୍ଚା ହେଉଛି।
କୁହାଯାଉଛି କି ଏହି ମାମଲା ବଜାର ଫୱାରା ଛକ ପାଖ ରାସ୍ତାରେ ଦେଖିବାକୁ ମିଳିଛି । ଘଟଣାଟି ରବିବାର, ୨୨ ଜାନୁୟାରୀର। ଏହିଦିନ ସଡ଼କର ମଝିରେ ଏକ ବୋର୍ଡ ନେଇ ଜଣେ ଯୁବକ ଠିଆ ହୋଇଥିଲେ , ଯେଉଁଥିରେ ନିଜର ହେବାକୁ ଥିବା ଜୀବନସାଥିଙକ୍ ତଲାସରେ ସେ ଲେଖିଥିଲେ କି ତାଙ୍କୁ କେବଳ ସରକାରୀ ଚାକିରିଆ ଯୁବତୀଙ୍କର ତଲାସ ଅଛି।