ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଟ୍ୱିଟରରେ ଆପଣ ମଧ୍ୟ ନେବାକୁ ଚାହାନ୍ତି କି Blue Tick ?  ଏହି ୪ଟି ସହଜ ଟିପ୍ସକୁ ଫଲୋ କରନ୍ତୁ

ନୂଆଦିଲ୍ଲୀ : ଯେବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ ଏଲନ ମସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲେ , ସେବେ ଠାରୁ ଖବରର ବଜାର ପୂରା ସରଗରମ୍‌ ହୋଇ ଉଠିଛି। ଏହି ଭିତରେ ସବୁଠୁ ଅଧିକ ଚର୍ଚ୍ଚା ଟ୍ୱିଟରରେ ଭେରିଫାଏଡ ଆକାଉଣ୍ଟ ଓ ଏହାକ ସବ୍ସକ୍ରିପ୍ସନ ଚାର୍ଜ ବିଷୟରେ ହେଉଛି। ଗତ ୯ ନଭେମ୍ୱରରେ ଟ୍ୱିଟର ଟ୍ୱିଟର ବ୍ଲୁ ନାମରେ ଏକ ସବ୍ସକ୍ରିପ୍ସନ ସର୍ଭିସ ଲଞ୍ଚ କରିଛି , ଯେଉଁଥିରେ ଆପଣ କିଛି ଟଙ୍କା ଦେଇ ନିଜର ଟ୍ୱିଟର ଆକାଉଣ୍ଟକୁ ଭେରିଫାଇ କରି ପାରିବେ। ବର୍ତ୍ତମାନ ସମୟରେ ଏହି ସବ୍ସକ୍ରିପ୍ସନ ମଡେଲର ଆରମ୍ଭ ଆମେରିକା, କାନାଡା , ଅଷ୍ଟ୍ରେଲିଆ ,ନ୍ୟୁଜିଲାଣ୍ଡ ଓ ବ୍ରିଟେନରେ ହୋଇଛି। ହେଲେ ଅନେକ ଫେକ୍‌ ଆକାଉଣ୍ଟ ଭେରିଫାଇଡ୍‌ ହେବାର କାରଣରୁ ଏହାକୁ ବନ୍ଦ କରିବାକୁ ପଡ଼ିଥିଲା। ଏବେ ଆଉ ଥରେ କମ୍ପାନୀ ନୂଆ ପ୍ଲାନ୍‌ ସହ ଏହି ଫିଚରକୁ ଲଞ୍ଚ କରିବାକୁ ଯାଉଛି।

Musk says Twitter will charge $8/month for blue check mark | Reuters

୯ ନଭେମ୍ୱରରେ ଟ୍ୱିଟର ବ୍ଲୁ ନାମରେ ସବ୍ସକ୍ରିପ୍ସନ ସର୍ଭିସ୍‌ ଲଞ୍ଚ ହେବାର କିଛି ଦିନପରେ ଏହାକୁ ବନ୍ଦ କରିବାକୁ ପଡ଼ିଥିଲା । ଏହାର ସବୁଠୁ ବଡ଼ କାରଣ ଫେକ୍‌ ଆକାଉଣ୍ଟସ୍‌ ଭେରିଫାଇଡ୍‌ ହୋଇଯିବା କୁହାଯାଉଛି। ଏହାପରେ ଟ୍ୱିଟର ଏହି ସବ୍ସକ୍ରିପ୍ସନ ମଡେଲକୁ ଆଉ ଥରେ ୨୯ ନଭେମ୍ୱରରେ ରିଲଞ୍ଚ କରିବାର ନିଷ୍ପତ୍ତି ନେଇଛନ୍ତି । ହେଲେ ଏହାର ସବ୍ସକ୍ରାଇବରଙ୍କ ପାଇଁ କଣ କ୍ରାଇଟେରିଆ ଅଛି, ଏହା ଏବେ ସ୍ପଷ୍ଟ କରାଯାଇ ନାହିଁ। ବର୍ତ୍ତମାନ ଏହି ଫିଚରର ଲାଭ କେବଳ ଆଇଓଏସ ଡିଭାଇସ ବ୍ୟବହାର କରୁଥିବା ଲୋକ ହିଁ ଉଠାଇ ପାରିବେ ଅର୍ଥାତ୍‌ ଯେଉଁ ଲୋକ ଆଇଫୋନ ବା ଆଇପ୍ୟାଡ୍‌ ବ୍ୟବହାର କରିଥାନ୍ତି।

{"width":859,"height":484}
Elon Musk to relaunch Twitter's Blue Tick subscription service on Nov. 29 |  udayavani

ବ୍ଲୁ ଟିକ୍‌ ପାଇଁ ସବ୍ସକ୍ରାଇବ କରିବାର ସବୁଠୁ ସହଜ ଉପାୟ –

୧- ଟ୍ୱିଟର ଆପ୍‌ ଓପେନ କରନ୍ତୁ ।

୨- ଆପ୍‌ ଓପେନ କରିବା ପରେ ପ୍ରୋଫାଇଲ ପିକଚର୍‌ ରେ ଟ୍ୟାପ୍‌ କରନ୍ତୁ ।

୩- ଏହାପରେ ଟ୍ୱିଟର ବ୍ଲୁ ଅପସନରେ ଟ୍ୟାପ୍‌ କରନ୍ତୁ ।

୪- ଏହାପରେ ସବ୍ସକ୍ରାଇବ୍‌ ବଟନ୍‌ରେ କ୍ଲିକ୍‌ କରନ୍ତୁ ।

ଅନେକ ରିପୋର୍ଟରେ କୁହାଯାଉଛି କି ନୂଆ ଟ୍ୱିଟର ୟୁଜରଙ୍କୁ ସବ୍ସକ୍ରାଇବ୍‌ କରିବାର ୯୦ ଦିନ ପରେ ବ୍ଲୁଟିକ୍‌ ଦିଆଯିବ । ଆପଣଙ୍କୁ କହି ରଖୁଛୁ କି ଏହି ସର୍ଭିସ ଏବେ ଭାରତରେ ଆରମ୍ଭ ହୋଇନାହିଁ ।

Copyright © 2022 - Summa Real Media Private Limited. All Rights Reserved.