ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ବହୁ ପ୍ରତୀକ୍ଷିତ ଫିଲ୍ମ 'ୱାର ୨' ଟ୍ରେଲର ଆଉଟ୍, ଏହି ଦିନ ହେବ ରିଲିଜ୍

Published By : Anindita Ratha | July 25, 2025 1:59 PM

ମୁମ୍ବାଇ,୨୫/୭: ଅପେକ୍ଷାର ହେଲା ଅନ୍ତ । ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ 'ୱାର ୨' ଟ୍ରେଲର । ଟ୍ରେଲରରେ ହ୍ରିତିକ୍ ରୋଶନ, ଜୁନିଅର ଏନଟିଆର ଓ କିଆରା ଆଡଭାନୀଙ୍କୁ ଜବରଦସ୍ତ ଲୁକରେ ଦେଖିବାକୁ ମିଳିଛି । ହ୍ରିତିକ୍-ଜୁନିଅର ଏନଟିଆରଙ୍କୁ ଆକ୍ସନ ଲୁକ୍‌ରେ ଦେଖିବାକୁ ମିଳିଛି। ତେବେ  ଏହି ଟ୍ରେଲର ରିଲିଜର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଲୋକେ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । 

ତେବେ ଏହି ଫିଲ୍ମ ମାଧ୍ୟମରେ ଜୁନିଅର ଏନଟିଆର ବଲିଉଡରେ ଡେବ୍ୟୁ କରୁଛନ୍ତି । ଟ୍ରେଲରରେ ତାଙ୍କର ଷ୍ଟାଇଲ୍ ଏବଂ ଚରିତ୍ର ଦେଖି ଲାଗୁଛି ଯେ 'ୱାର ୨' ଜୁନିଅର ଏନଟିଆରଙ୍କ ପାଇଁ ବଲିଉଡରେ ଆରମ୍ଭ କରିବା ପାଇଁ ଏକ ଭଲ ବିକଳ୍ପ । 'ୱାର ୨' 'ୱାର'ର ଏକ ସିକ୍ୱେଲ ଅଟେ । ପ୍ରଥମ 'ୱାର' ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । କିନ୍ତୁ 'ୱାର ୨' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି ଏବଂ YRF ଦ୍ୱାରା ନିର୍ମିତ ହେଉଛି । 'ୱାର ୨' ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ । ପ୍ରଥମ 'ୱାର' ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହା ୧୫୦କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିଲା । ତେବେ ୟଶ ରାଜ ସ୍ପାଏ ୟୁନିଭର୍ସର ଏହି ଫିଲ୍ମ ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ।












Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.