ଯୁଦ୍ଧରେ ଆହତଙ୍କ ସଂଖ୍ୟା କମାଇବା ପାଇଁ ବୈଜ୍ଞାନିକମାନେ ତିଆରି କଲେ ‘ଯୁଦ୍ଧ ଔଷଧ’

ପୁଲଓ୍ବାମା ଭଳି ହମଲା ଏବଂ ଯୁଦ୍ଧ ମଇଦାନରେ ଆହତ ହେଉଥିବା ଯବାନଙ୍କ ସଂଖ୍ୟା କମ୍ କରିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ)ର ମେଡିକାଲ୍ ଲାବ୍ରୋଟୋରିରେ ‘ଯୁଦ୍ଧ ଔଷଧ’ ବା କାଁମବେଟ୍ କାଜୁଏଲିଟି ଡ୍ରଗ୍ ତିଆରି କରିଛନ୍ତି।

ଜମ୍ମୁ କଶ୍ମୀରଠାରୁ ଆରମ୍ଭ କରି ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଭଳି ଦୁର୍ଗମ ଜଙ୍ଗଲରେ ଆତଙ୍କବାଦୀ ଏବଂ ନକ୍ସଲବାଦୀଙ୍କ ଆକ୍ରମଣରେ ଜଖମ ହୋଇଯାଉଥିବା ଯବାନଙ୍କୁ ଯଥାଶୀଘ୍ର ମେଡିକାଲ ସୁବିଧା ମିଳିପାରେନି। ସୁରକ୍ଷା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୯୦ପ୍ରତିଶତ କର୍ମଚାରୀ ଗୁରୁତର ଅବସ୍ଥାରେ ପଡିରୁହନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏହି ଔଷଧ ତିଆରି କରିଛନ୍ତି। ଗୁରୁତର ହୋଇଯାଉଥିବା ଯବାନଙ୍କୁ ହସ୍ପିଟାଲରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କୁ ଭଲ ଭାବେ ରଖାଯାଇଥାଏ।

ବୈଜ୍ଞାନିକଙ୍କ କହିବାନୁସାରେ, ଯବାନଙ୍କ ଶରୀରରୁ ଯଦି ରକ୍ତ ବାହାରୁଥିବ ତେବେ ରକ୍ତ ରୋକିବାରେ ଏହି ଔଷଧ ସାହାଯ୍ୟ କରିବ। ଏଥିରେ ଡ୍ରେସିଙ୍ଗ ଏବଂ ଗ୍ଳିସରେଟେଡ୍ ସାଲାଇନ୍ ସାମିଲ ରହିଥାଏ। ଜଙ୍ଗଲ, ଅତ୍ୟଧିକ ଉଚ୍ଚା ଥିବା ସ୍ଥାନରେ ହେଉଥିବା ଯୁଦ୍ଧ ଏବଂ ଆତଙ୍କବାଦୀ ହମଲା ଭଳି ସ୍ଥିତିରେ ଏହି ଔଷଧ ଦେବା ଦ୍ବାରା ନିଜ ଜୀବନକୁ ବଞ୍ଚେଇପାରିବେ।
ଡିଆରଡିଓରେ ଲାଇଫ୍ ସାଇନ୍ସର ମହାନିର୍ଦେଶକ ଏ.କେ ସିଂହ କହିଛନ୍ତି,
ଯୁଦ୍ଧ ସମୟରେ ଏହି ଔଷଧ ଏକ ବରଦାନ ଭଳି କାମ କରିବ। ଜଖମ ଲାଗିଥିବା ଯବାନଙ୍କୁ ଔଷଧ ଦେବା ସହିତ ସେମାନଙ୍କୁ
ସାବଧାନର ସହିତ ମେଡିକାଲ ନେବାକୁ ମଧ୍ୟ ସେ କହିଛନ୍ତି।