କୋଣାର୍କ, ୧୦।୩ : ଓଡ଼ିଶାରେ ଯୁଦ୍ଧ ପ୍ରଭାବ। ଗୁଜବ ପ୍ରଚାର କରି କଳାବଜାର କରୁଛନ୍ତି ଦଲାଲ। କୋଣାର୍କରେ ଦୁଇ ଦିନ ହେଲା ମିଳୁନି ପେଟ୍ରୋଲ। ଚଢା ଦରରେ ବିକ୍ରି ହେଉଛି ଗ୍ୟାସ୍। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କୋଣାର୍କରେ ଦୁଇଟି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଶେଷ ହୋଇଯିବାରୁ ସମସ୍ୟା ଉପୁଜିଛି। ଲୋକମାନେ ଗାଡିରେ ତେଲ ପକାଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଖପାଖ ଅଞ୍ଚଳରେ ଘରୋଇ ଗ୍ୟାସ୍ କଳାବଜାରୀ ହେଉଥିବା ଜଣାପଡ଼ିଛି। ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୯୪୧ ଟଙ୍କା ରହିଥିବା ବେଳେ ଖୋଲାବଜାରରେ ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ଆସୁଛି। ବିଭିନ୍ନ ଦୋକାନ ସମ୍ମୁଖରେ କିମ୍ଵା ନମ୍ଵର ବିହୀନ ବାଇକରେ ୪ଟି ଲେଖାଏଁ ସିଲିଣ୍ଡର ଲଦି ବିକ୍ରି କରାଯାଉଛି। ସେହିପରି ପ୍ଲାଷ୍ଟିକ ବୋତଲରେ ତେଲ ଦେବା ମନା ହୋଇଥିବା ସତ୍ତ୍ଵେ ବିଭିନ୍ନ ଦୋକାନ ସମ୍ମୁଖରେ ପ୍ଲାଷ୍ଟିକ୍ ବୋତଲରେ ତେଲ ବିକ୍ରି ହେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହୋଇଛି।

ଏହି ଖବରଟିକୁ ପଢନ୍ତୁ- ମହାପ୍ରଭୁଙ୍କ ନୀତି ଶୃଙ୍ଖଳା ପାଇଁ ତତ୍ପରତା: ୧୧ରେ ଶ୍ରୀମନ୍ଦିର ନୀତି ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ନୂଆ ନୀତି ପ୍ରଶାସକ