ଭୁବନେଶ୍ବର,୨୯/୫ : ଜେଲରେ ଓ୍ବାର୍ଡ଼ରଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରରେ । ସମ୍ବଲପୁର ଜେଲ୍ ଓ୍ବାର୍ଡ଼ର ରଶ୍ମିରଞ୍ଜନ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନାରୁ ଜଣାପଡ଼ିଛି କି ଜେଲ୍ ବ୍ୟାରେକ୍ ବାଥରୁମରେ ପଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି । ମୃତକ ରଶ୍ମିରଞ୍ଜନ ବରଗଡ଼ କଣ୍ଟାପାଲି ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।