କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ପାଦ୍ରୀଙ୍କୁ ଜଣେ ଯୁବତୀ ଷ୍ଟେଜରୁ ଠେଲି ତଳେ ପକାଇ ଦେଉଛନ୍ତି । ୧୭ ଜୁଲାଇରେ ଜଣେ ଟ୍ୱିଟର ୟୁଜର୍ ଏହି କ୍ଯାପସନ୍ ଲେଖି ଏହାକୁ ପୋଷ୍ଟ କରିଥିଲେ । ସେ ଲେଖିଥିଲେ ଯେ ବ୍ରାଜିଲରେ ପାଦ୍ରୀ ଜଣକ କହିଲେ ମୋଟି ମହିଳା ସ୍ୱର୍ଗକୁ ଯାଇପାରିବେ ନାହିଁ, ଆଉ ତାପରେ …
wp:html/wp:htmlIn Brazil a priest says "fat women cannot go to heaven!"
— Figen.. (@TheFigen) July 17, 2019
And then… pic.twitter.com/WiPWSvG4Ur
ଏହି ଭିଡିଓଟି ସୋସିଆଲ ମିଡିଆରେ ଏହା କୁହାଯାଇ ସେୟାର କରାଯାଉଛି ଯେ ପାଦ୍ରୀ ଜଣକ କହିଲେ କି ମୋଟି ମହିଳା ସ୍ୱର୍ଗକୁ ଯାଇପାରିବେ ନାହିଁ । ଏହା ପରେ ଜଣେ ମୋଟି ଯୁବତୀ ତାଙ୍କୁ ପଛପଟୁ ଧକ୍କା ଦେଇ ଷ୍ଟେଜ ତଳକୁ ପକାଇଦେଲେ । କିନ୍ତୁ ପ୍ରକୃତରେ ଘଟଣାଟି ତାହା ନୁହେଁ ।
ସ୍ନୋପ୍ସ ଡଟ୍ କମ୍ ଅନୁସାରେ ଏହି ଭିଡିଓଟି ୧୪ ଜୁଲାଇ ୨୦୧୯ର । ବ୍ରାଜିଲରେ ପାଦ୍ରୀ ମର୍ସିଲୋ ରସି କାଙ୍କାଓ, ନୋୱାରେ ପ୍ରାୟ ୫୦ ହଜାର ଲୋକଙ୍କୁ ସମ୍ବୋଧିତ କରୁଥିଲେ । ଏବଂ ସେ ସେଭଳି କିଛି କହୁନଥିଲେ । ବ୍ରାଜିଲ୍ ମିଡିଆରେ ଛପାଯାଇଥିବା ରିପୋର୍ଟ୍ସ ଅନୁସାରେ ପାଦ୍ରୀ ଜଣକ କହିଛନ୍ତି ଯେ ମୋତେ ଅଳ୍ପ ଆଘାତ ଲାଗିଛି । କିନ୍ତୁ ମୁଁ ଠିକ୍ ଅଛି । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଥିଲା କିନ୍ତୁ ପାଦ୍ରୀଙ୍କ ତରଫରୁ ଅଭିଯୋଗ ନଆସିବାକୁ ତାଙ୍କୁ ଛାଡିଦିଆଯାଇଛି । କୁହାଯାଉଛି ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ ।