ଜଗତସିଂହପୁର, ୨୭/୦୯: ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁଁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଟକଣା ଆଦିବାସୀ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପରେ ଶନିବାର ସକାଳୁ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ୨୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇପଡିଛନ୍ତି ।
ସେହିପରି ତିର୍ତ୍ତୋଲ ଆଦିବାସୀ ସାହିରେ ମଧ୍ୟ ଶନିବାର ସକାଳେ ବନ୍ୟା ପାଣି ପଶିବା ଆରମ୍ଭ କରିଛି । ଫଳରେ ୩୦ରୁ ଉର୍ଦ୍ଧ୍ୱ ପରିବାର ଘର ଛାଡ଼ି ଆସି ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି । ଉକ୍ତ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ସ୍ଥିତି ତଦାରଖ କରିଛି । ବନ୍ୟାଜଳ ବୃଦ୍ଧି ପାଉଥିବା ଯୋଗୁଁ ଏହି ଗାଁ ସମେତ ମଣିଜଙ୍ଗା ଓ ହରିପୁର ଆଦି ଗାଁର ଲୋକମାନେ ଭୟଭୀତ ହୋଇନପଡିଛନ୍ତି ।