PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସେଣ୍ଟ୍ରାଲ୍‌ ଆଇସିୟୁରେ ଲହଡ଼ି ମାରିଲା ପାଣି, ଭୟଭୀତ ହୋଇପଡ଼ିଲେ ରୋଗୀ

source:http://www.odishabytes.com

କଟକ,୩ା୨(ବ୍ୟୁରୋ): ବିବାଦ ଓ ବିପଦ ଏସ୍‌ସିବି ସେଣ୍ଟ୍ରାଲ୍‌ ଆଇସିୟୁ ପିଛା ଛାଡ଼ୁନି । ଦୁଇ ଥର ଅଗ୍ନିକାଣ୍ଡ, ଥରେ ଅକ୍ସିଜେନ୍‌ ସିଲିଣ୍ଡର ଲିକ୍‌..ଏମିତି ଏକାଧିକ ବାର ସେଣ୍ଟ୍ରାଲ୍‌ ଆଇସିୟୁରେ ଅଘଟଣ ଘଟିସାରିଥିଲା ବେଳେ ଏବେ ପିଏଚ୍‌ଡି ପାଇପ୍‌ ଫାଟି ଆଇସିୟୁ ଭିତରେ ପାଣି ଲହଡି ମାରିବା ଘଟଣା ଆଲୋଡନ ସୃଷ୍ଟି କରିଛି । ଏହାକୁ ନେଇ ରୋଗୀ ନୟାନ୍ତ ହୋଇଛନ୍ତି ।
ରବିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ହେବ । ଟ୍ରମା କେୟାର ଏବଂ ଆଶୁଚିକିତ୍ସା କେନ୍ଦ୍ର କୋଠାର ପଞ୍ଚମ ମହଲାରେ ପିଏଚ୍‌ଡି ପାଇପ୍‌ ହଠାତ୍‌ ଫାଟିଗଲା । ଫଳରେ ସେଣ୍ଟ୍ରାଲ୍‌ ଆଇସିୟୁରେ ଭୁସ୍‌ଭୁସ୍‌ ହୋଇ ପାଣି ପଶିଲା । ଆଇସିୟୁ ଭିତରେ ପାଣି ଲହଡ଼ି ମାରିବା ସହ ପଞ୍ଚମ ମହଲାରୁ ତଳ ମହଲାକୁ ପାଣି ସୁଅ ଛୁଟିଥିଲା । ୱାର୍ଡ ଭିତରେ ପାଣି ପଶିଯିବାରୁ ଚଟାଣରେ ପଡି ଚିକିତ୍ସିତ ହେଉଥିବା କେତେକ ରୋଗୀ ଭିଜିଯାଇଥିଲେ । ପାଣି ସୁଅ ଛୁଟୁ ଥିବା ଦେଖି ରୋଗୀମାନେ ଭୟଭୀତ ହୋଇପଡିଥିଲେ । ଏହି ଘଟଣାକୁ ନେଇ ଆଜି ଅପରାହ୍ନରେ ସେଣ୍ଟ୍ରାଲ୍‌ ଆଇସିୟୁ, ଟ୍ରମା କେୟାର ୟୁନିଟ୍‌ ଏବଂ ଆଶୁଚିକିତ୍ସା କେନ୍ଦ୍ରରେ ଧାଁଦୌଡ଼ ଚାଲିଥିଲା । ଏହାକୁ ନେଇ ଡାକ୍ତରଖାନା ପରିସରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ମିଳିଥିବା ସୂଚନାନୁସାରେ, ଆଶୁଚିକିତ୍ସା କେନ୍ଦ୍ର କୋଠାର ପଞ୍ଚମ ମହଲାରେ ଥିବା ସେଣ୍ଟ୍ରାଲ୍‌ ଆଇସିୟୁ ପରିସରରେ ଥିବା ଏକ ଡ୍ୟୁଟି ରୁମ୍‌ ଆଜି ତାଲା ପଡ଼ିରହିଥିଲା । ଉକ୍ତ ବନ୍ଦ ପ୍ରକୋଷ୍ଠରୁ ହଠାତ୍‌ ପାଣି ବାହାରି ଆଇସିୟୁ ଭିତରକୁ ପଶିଥିଲା । ଅଳ୍ପ ସମୟ ମଧ୍ୟରେ ଆଇସିୟୁ ଭିତରେ ପାଣି ଲହଡି ମାରିଥିଲା । ଆଇସିୟୁ ଭିତରେ ପାଣି ଦେଖି ଚିକିତ୍ସାଧୀନ କେତେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ, ଡାକ୍ତରଖାନା କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ । ପରେ ପାଣି ୫ ମହଲାରୁ ତଳକୁ ସୁଅ ଛୁଟିଥିଲା । ୪ର୍ଥ, ୩ୟ, ୨ୟ, ୧ମ ଓ ତଳ ମହଲାକୁ ପାଣି ବ୍ୟାପିବା ସହ ୱାର୍ଡ ଭିତରେ ପଶିଥିଲା । ଫଳରେ ଚଟାଣରେ ପଡି ଚିକିତ୍ସିତ ହେଉଥିବା ରୋଗୀମାନେ ପାଣିରେ ଭିଜି ଯାଇଥିଲେ । ପାଇପ୍‌ ଫାଟି ପାଣି ବାହାରୁଥିବା ପ୍ରକୋଷ୍ଠରେ ତାଲା ପଡ଼ିଥିବାରୁ ସେଠାରେ ମରାମତି କରିବା ବିଳମ୍ବ ହୋଇଥିଲା । ବନ୍ଦ ରହିଥିବା କୋଠରିର ତାଲା ଖୋଲିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଯାଇଥିଲା । ଫଳରେ ପାଇପ୍‌ ମରାମତି କରି ପାଣିକୁ ନିୟନ୍ତ୍ରଣ କରିବା ପାଇଁ ପିଏଚ୍‌ଡି ବିଭାଗ କର୍ମଚାରୀଙ୍କ ପାଇଁ କାଠିକାର ପାଠ ହୋଇଥିଲା । ବିଳମ୍ବରେ ତାଲା ଖୋଲିବା ପରେ ପାଇପ୍‌ ମରାମତି କରାଯାଇ ପାଣିକୁ ରୋକାଯାଇଥିଲା । ମାତ୍ର ସେତେବେଳକୁ ଆଶୁଚିକିତ୍ସା ଏବଂ ଟ୍ରମାୟା କେୟାର କୋଠା ଭିତର ବିପର୍ଯ୍ୟସ୍ତ ହୋଇଯାଇଥିଲା ।