PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ମହାନଦୀରେ ପିକ୍ ଫ୍ଲୋରେ ବନ୍ୟାଜଳ ପ୍ରବାହିତ : ଏସଆରସି

 ଭୁବନେଶ୍ବର, ୧୬ ।୮  ହୀରାକୁଦ ଜଳଭଣ୍ଡାରର  ଜଳପତ୍ତନ ବୃଦ୍ଧି ପାଇଥିବାରୁ ୪୦ଟି ଗେଟ୍ ଖୋଲାଯାଇଛି।  ମୋଟ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।  ବର୍ତ୍ତମାନ ହୀରାକୁଦ ଡ୍ୟାମକୁ ୬,୯୧,୯୫୦ କ୍ୟୁସେକ ପାଣି ପଶୁଥିବା ବେଳେ ୬,୧୦,୦୦୩ କ୍ୟୁସେକ ପାଣି ନିଷ୍କାସନ ହେଉଛି। ଏବେ ମହାନଦୀରେ ପିକ୍ ଫ୍ଲୋରେ ଜଳ ପ୍ରବାହିତ ହେଉଛି। ରାତି ୩ଟା ପର୍ଯ୍ୟନ୍ତ ଚାଲିବ ପିକ୍ ଫ୍ଲୋ। ମୁଣ୍ଡଳୀରେ  ୮ରୁ ୯ ଘଣ୍ଟା ରହିବ ପିକ ଫ୍ଲୋ।  ବୁଧବାର ରାତି ସୁଦ୍ଧା ସମୁଦ୍ରରେ ଲୀନ ହେବ ପିକ୍ ଫ୍ଲୋ।  ରାଜ୍ୟର   ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା  ସୂଚନା ଦେଇଛନ୍ତି ।  

ପାଣିର ପିକ୍ ଫ୍ଲୋ ୩ ଜିଲା ଉପରେ ପ୍ରଭାବ ପଡିବ। ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଜିଲାରେ ପ୍ରଭାବ ପଡିବ  । ବନ୍ୟା ସ୍ଥିତି ଯୋଗୁ ରାଜ୍ୟର ୧୦ ଜିଲା ପ୍ରଭାବିତ ହୋଇଛି।    ବର୍ତ୍ତମାନ ସୁଦ୍ଧା ୪୯ ବ୍ଲକରେ ୧୩୬୬ ଗାଁର  ୨ ଲକ୍ଷ ଲୋକ ବିପନ୍ନ ଅବସ୍ଥାରେ ରହିଛନ୍ତି।  ବନ୍ୟା ପାଣି ଘେରରେ ରହିଛି ୨୩୭ ଗାଁ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦୭ଟି ଘର ନଷ୍ଟ ହୋଇଛି।ପରିସ୍ଥିତି ଦେଖି ଜିଲାପାଳମାନେ ନିଷ୍ପତ୍ତି ନେବେ ବୋଲି ଏସଆରସି କହିଛନ୍ତି