PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଏନ୍‌ପିଏକୁ ତେଜିବ ଜଳ ସଙ୍କଟ

ନୂଆଦିଲ୍ଲୀ,୨୩ା୧(ଏଜେନ୍ସି): ସମ୍ପ୍ରତି ଅନାଦାୟ ଋଣ ବା ଏନ୍‌ପିଏ ସମସ୍ୟା ବ୍ୟାଙ୍କଗୁଡ଼ିକର ନିଦ ହଜାଇ ଦେଇଛି । ଏଥିରୁ ମୁକୁଳିବା ପାଇଁ ଏମାନେ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଭାରତରେ ଜଳ ସଙ୍କଟ ଏନ୍‌ପିଏ ସମସ୍ୟାକୁ ଆହୁରି ତେଜିପାରେ । ବ୍ୟାଙ୍କଗୁଡ଼ିକ ସେହି କ୍ଷେତ୍ରକୁ ସର୍ବାଧିକ ଋଣ ଦେଇଛନ୍ତି ଯେଉଁ କ୍ଷେତ୍ରଗୁଡିକ ପାଇଁ ଜଳସଙ୍କଟଜନିତ ବିପଦ ଅଧିକ ରହିଛି । ଏଣୁ ଜଳ ସଙ୍କଟ ଯୋଗୁ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ସ୍ତର ଆହୁରି ବଢ଼ି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଉକ୍ତ ରିପୋର୍ଟରୁ ଜଣାଯାଇଛି ।
ସମ୍ପ୍ରତି ବ୍ୟାଙ୍କଗୁଡ଼ିକ ଏନ୍‌ପିଏ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ବେଳେ ବିଶ୍ୱ ବନ୍ୟଜୀବନ ପାଣ୍ଠି (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ଏହି ରିପୋର୍ଟ ପ୍ରକାଶ କରିଛି ।
ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ସହଯୋଗରେ ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟର ଶୀର୍ଷକ ‘ଲୁକ୍କାୟିତ ବିପଦ ଏବଂ ଅପହଞ୍ଚ ସୁଯୋଗ: ଜଳ ଓ ଭାରତୀୟ ବ୍ୟାଙ୍କିଙ୍ଗ ଶିଳ୍ପ’ରହିଛି । ଭାରତରେ ବ୍ୟାଙ୍କଗୁଡ଼ିକ ପାଇଁ ଜଳ ସମସ୍ୟା କାହିଁକି ବିପଦ ସୃଷ୍ଟି କରିବ, ଏଥିରେ ତାହା ପ୍ରାଞ୍ଜଳ ଭାବେ ଦର୍ଶାଯାଇଛି । ବିଦ୍ୟୁତ୍‌ ଏବଂ କୃଷି କ୍ଷେତ୍ର ଏହି ଦୁଇଟି ଶିଳ୍ପ ପାଇଁ ଜଳ ସଙ୍କଟ ଏକ ବଡ଼ ବିପଦ ସାଜିପାରେ । ଏହି ଦୁଇଟି କ୍ଷେତ୍ରକୁ ମଧ୍ୟ ବ୍ୟାଙ୍କ ଋଣ ସର୍ବାଧିକ ରହିଛି । ଏଭଳି କ୍ଷେତ୍ରରେ ଉଭୟ ଶିଳ୍ପରେ ଜଳ ସମସ୍ୟାର ପ୍ରଭାବ ସିଧାସଳଖ ବ୍ୟାଙ୍କ ଏନ୍‌ପିଏ ଉପରେ ପଡ଼ିବ ବୋଲି ରିପୋର୍ଟରେ ସତର୍କ କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଯୋଗାଇ ଦିଆଯାଇଥିବା ମୋଟ ଅଗ୍ରିମ ମଧ୍ୟରୁ ୪୦% ଉକ୍ତ କ୍ଷେତ୍ରଗୁଡ଼ିକୁ ଦିଆଯାଇଛି, ଯେଉଁଠି ଜଳ ସଙ୍କଟଜନିତ ବିପଦ ଅଧିକ ରହିଛି ।
ସମ୍ପ୍ରତି ଭାରତୀୟ ବ୍ୟାଙ୍କଗୁଡ଼ିକର ମୋଟ ଋଣ ମଧ୍ୟରୁ ପାଖାପାଖି ୧୦% ଏନ୍‌ପିଏରେ ପରିଣତ ହୋଇଥିବା ବେଳେ ଜଳ ସଙ୍କଟ ଏହି ସମସ୍ୟାକୁ ଆହୁରି ଉତ୍କଟ କରିପାରେ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଆଶଙ୍କା ପ୍ରକାଶ କରିଛି ।
ନୀତି ଆୟୋଗର ରିପୋର୍ଟକୁ ଆଧାର କରି ଏହା କହିଛି ଯେ, ସମ୍ପ୍ରତି ଭାରତରେ ଜଳ ସଙ୍କଟ ଏକ ପ୍ରଧାନ ସମସ୍ୟା ପାଲଟିଛି । ଦେଶର ଅନେକ ପ୍ରାନ୍ତରେ ଶିଳ୍ପଗୁଡ଼ିକ ଉତ୍କଟ ଜଳ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି ।
ଯେହେତୁ ଜଳ ଏକ ସହଭାଗିତାପୂର୍ଣ୍ଣ ସମ୍ବଳ, ତେଣୁ ଭାରତରେ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ୱାରା ଏକ ବ୍ୟାପକ ଏବଂ ନିରନ୍ତର ଜଳ ପରିଚାଳନା ଯୋଜନା ପ୍ରସ୍ତୁତ ହେବା ଦରକାର ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଏହାର ରିପୋର୍ଟରେ ପରାମର୍ଶ ଦେଇଛି ।
ବ୍ୟାଙ୍କଗୁଡ଼ିକ ପାଇଁ ଜଳ ସଙ୍କଟ ବିପଦପୂର୍ଣ୍ଣ ହୋଇପାରେ । ତେଣୁ ଏ କ୍ଷେତ୍ରରେ ଏମାନେ ତ୍ୱରିତ ପଦକ୍ଷେପ ନେବା ଦରକାର । ବ୍ୟବସାୟିକ ସଂସ୍ଥାଗୁଡ଼ିକ ଯେପରି ଜଳ ସଙ୍କଟଜନିତ ବିପଦକୁ ନିୟନ୍ତ୍ରଣ କରିବେ ସେଥିପାଇଁ ସେମାନଙ୍କୁ ବ୍ୟାଙ୍କଗୁଡ଼ିକ ଉତ୍ସାହିତ କରିବା ଦରକାର । ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ୱାଟର ରିସ୍କ୍‌ ଫିଲ୍‌ଟର ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ସମସ୍ୟାର ସମାଧାନ ଦିଗରେ ଶିଳ୍ପସଂସ୍ଥାଗୁଡ଼ିକ ଯେପରି ଅଧିକ ପୁଞ୍ଜି ଖଟାଇବେ ସେଥିପାଇଁ ମଧ୍ୟ ବ୍ୟାଙ୍କଗୁଡ଼ିକ ସେମାନଙ୍କୁ ଉତ୍ସାହିତ କରନ୍ତୁ ବୋଲି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି ।

ସମ୍ବନ୍ଧିତ ଖବର