PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ବାତ୍ୟା ଓ ବନ୍ୟା ଯୋଗୁ ଜଳସମ୍ପଦ ବିଭାଗର ୮୭ କୋଟି କ୍ଷତି


ଭୁବନେଶ୍ୱର,୩୧ ।୫ ବାତ୍ୟା ଓ ବନ୍ୟା ଯୋଗୁ ଜଳସମ୍ପଦ ବିଭାଗର ୮୭ କୋଟି କ୍ଷୟକ୍ଷତି ହୋଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । କ୍ଷୟକ୍ଷତି ନେଇ ସରକାରଙ୍କୁ ପ୍ରାଥମିକ ଆକଳନ ରିପୋର୍ଟ ଦେଇଛି ବିଭାଗ । ବୃହତ ଜଳ ପ୍ରକଳ୍ପ ଓ ଲୁଣା ବନ୍ଧରେ କ୍ଷତି ହୋଇଛି ୬୯.୧୮ କୋଟି । ଡ୍ରେନେଜରେ ୭.୬୭ କୋଟି କ୍ଷତି ହୋଇଛି । ଉଠା ଜଳସେଚନ ପ୍ରକଳ୍ପରେ ପ୍ରାୟ ୨.୬୩ କୋଟି କ୍ଷତି ହୋଇଛି । ମାଧ୍ୟମ ପ୍ରକଳ୍ପରେ ୭.୦୮ କୋଟି କ୍ଷତି ହୋଇଛି ।

ବାଲେଶ୍ୱରରେ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ଥିବାରୁ ସମ୍ପୂର୍ଣ୍ଣ ଆକଳନ କରାଯାଇ ପାରି ନାହିଁ । ସ୍ଥିତି ସ୍ୱାଭାବିକ ହେଲେ ଆକଳନ କରାଯିବ । ବର୍ତ୍ତମାନ ସୁଦ୍ଧା ଛୋଟ ଓ ବଡ ଘାଇକୁ ମିଶାଇ ମୋଟ ୩୫ଟି ଘାଇ ମରାମତି କରାଯାଇଛି । ମୋଟ ୭୭ ଘାଇ ହୋଇଛି । ବାଲେଶ୍ୱରରେ ଲୁଣା ବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ମୌସୂମୀ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।