ଅଦିନିଆ ବର୍ଷାରେ ତରଭୁଜ ଫସଲ ନଷ୍ଟ

ମାଲକାନଗିରି, ୧୯।୩ (ଆପ୍ର): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତସ୍ଥ ନାଲିଗୁଡା ଗ୍ରାମ ତରଭୁଜ ଚାଷ ପାଇଁ ପ୍ରସିଦ୍ଧ ଲାଭ କରିଛି। ଚଳିତ ବର୍ଷ ଗ୍ରାମ ର କିଛି ଚାଷୀ ଲ୍ୟାମ୍ପ ଓ ବ୍ୟାଙ୍କ ରୁ ଋଣ ଆଣି ଶତାଧିକ ଏକର ଜମିରେ ତରଭୁଜ ଚାଷ କରିଥିଲେ। ଗତକାଳି ପ୍ରବଳ ବର୍ଷା ଓ ପବନ ରେ ଚାଷୀଙ୍କ ଶହ ଶହ ଏକର ଚାଷଜମିରେ ଲାଗିଥିବା ପାଚିଲା ତରଭୂଜ ଫସଲ କ୍ଷତିଗ୍ରସ୍ତ ହୋଇଛି। ଋଣ କରି ଚାଷ କରିଥିବା ଗରିବ ଚାଷୀ କିପରି ଋଣ ସୁଜିବେ ସେ ନେଇ ଚିନ୍ତିତ ହୋଇପଡି ଛନ୍ତି।
ନାଲିଗୁଡା ଗ୍ରାମର ସମାରୁ ନାଲି ବ୍ୟାଙ୍କରୁ ୫୦ ହଜାର ଟଙ୍କା ଋଣ କରି ନିଜ ଜମିରେ ତରଭୂଜ ଫସଲ ଲଗେଇଥିଲେ। ଏହି ଅଦିନିଆ ବର୍ଷା ରେ ତାଙ୍କ ତରଭୁଜଚାଷ ନଷ୍ଟ ହୋଇଯାଇଛି । ଏ ବର୍ଷ ତରଭୁଜ ଫସଲ ଭଲ ହୋଇଥିବାରୁ କିଛି ଲାଭ ହେବା ସହିତ ବ୍ୟାଙ୍କ ଋଣ ସୁଝିଦେବେ ବୋଲି ଆଶା ରଖିଥିଲେ। ତାଙ୍କର ସବୁକିଛି ଆଶା ଆଶା ରେ ହିଁ ରହି ଗଲା। କିପରି ବ୍ୟାଙ୍କ ଋଣ ସୁଝିବେ ସେ ଏବେ ଚିନ୍ତିତ ହୋଇପଡିଛନ୍ତି।