PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

କାହିଁକି ନାଲି କପଡାରେ ବଜେଟ୍ ଉପସ୍ଥାପନ କରିଥିଲେ ଏହାର ରହସ୍ୟ ଖୋଲିଲେ ସୀତାରମଣ

ନୂଆଦିଲ୍ଲୀ,୨୦।୭: ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ସଂସଦକୁ ବ୍ରିଫକେସ୍ ନୁହେଁ ଏକ ନାଲିରଙ୍ଗର କପଡାରେ ଗୁଡାଇ ଏହାକୁ ଧରିକି ଆସିଥିଲେ। ସବୁ ସରକାରଙ୍କ ସମୟରେ ଯେତେବେଳେ ଅର୍ଥମନ୍ତ୍ରୀମାନେ ହାତରେ ବ୍ରିଫକେସ୍ ଧରି ବଜେଟ୍ ଉପସ୍ଥାପନ କରିବାକୁ ସଂସଦ ଆସୁଥିଲେ ସୀତାରମଣ କାହିଁକି ନାଲି କପଡାରେ ସମସ୍ତ କାଗଜପତ୍ର ଗୁଡାଇ ଏହାକୁ ଆଣିଥିଲେ ତାହା କିଛି ସ୍ପଷ୍ଟ ଭାବରେ ଅନେକ ବୁଝି ପାରିନଥିଲେ। କିନ୍ତୁ ଏବେ ସୀତାରମଣ ଏହାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ଆଜି ସେ କହିଛନ୍ତି, ବ୍ରିଫକେସ୍ ଭ୍ରଷ୍ଟାଚାରର ପ୍ରତୀକ। ଏଥିରେ ବଜେଟ ଆଣିବାର ପରମ୍ପରା କଂଗ୍ରେସର ଗତ ଭ୍ରଷ୍ଟାଚାରୀ ସରକାରଙ୍କ ପରିଚୟ ଥିଲା। ବ୍ରିଫକେସ୍ କିଛି ଦିଆନିଆାକୁ ଦର୍ଶାଇଥାଏ। ମୋଦିଜୀଙ୍କ ସରକାର ବ୍ରିଫକେସବାଲା ସରକାର ନୁହେଁ।

ଏହା ପୂର୍ବରୁ ସୀତାରମଣ ଇଣ୍ଟରନ୍ୟାସନାଲ ବିଜନେସ୍ କନଫ୍ରେନକୁ ସମ୍ବୋଧିତ କରିବା ସମୟରେ କହିଥିଲେ, ବ୍ରିଫକେସ୍ ତାଙ୍କୁ ପସନ୍ଦ ନୁହେଁ, ଏହି ପ୍ରଚଳନ ବ୍ରିଟିସ କାଳରୁ ଚାଲିଆସୁଛି। ତେଣୁ ମୁଁ ଭାରତୀୟ ପରମ୍ପରା ପ୍ରଦର୍ଶିତ କରିବା ପାଇଁ ଲାଲ କପଡାରେ ଏହାର ଶୁଭାରମ୍ଭ କରିଛି। ଉଲ୍ଲେଖନୀୟ ଯେ, ସୀତାରମଣ ଚଳିତ ମାସ ୫ ତାରିଖରେ ଲୋକସଭାରେ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର