ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ବିକାଶମୂଳକ ବଜେଟ୍‌, କଥା ନୁହଁ କାମରେ ଆମେ ବିଶ୍ୱାସ କରୁ: ନବୀନ

ଭୁବନେଶ୍ୱର,୭ ।୨(ବ୍ୟୁରୋ): ରାଜ୍ୟ ସରକାର ଆଣିଥିବା କାମଚଳା ବଜେଟରେ ଗରିବ, ଚାଷୀ ଓ ମହିଳାଙ୍କ ବିକାଶକୁ ଆଖିରେ ରଖି ପାଣ୍ଠି ବରାଦ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନତିକୁ ମଧ୍ୟ ଫୋକସ୍‌ କରାଯାଇଛି । ଏହା ଏକ ବିକାଶମୂଳକ ବଜେଟ ।
ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ ଆଗତ କରିବା ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ ସରକାର କଥା ନୁହଁ କାମରେ ବିଶ୍ୱାସ କରେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ନବୀନ କହିଲେ, ଏ ବଜେଟରେ କାଳିଆ ଯୋଜନା ପାଇଁ ପାଣ୍ଠି ବରାଦ ହୋଇଛି । ଏହାସହ କାଳିଆ ଛାତ୍ରବୃତ୍ତି ଏବଂ ମମତା, ମିଶନଶକ୍ତି ପାଇଁ ସରକାର ପାଣ୍ଠି ବରାଦ କରିଛନ୍ତି । ସାମାଜିକ ସୁରକ୍ଷାକୁ ଅଗ୍ରାଧିକାର ଦେଇ ସରକାର ମଧୁବାବୁ ପେନସନ ଯୋଜନାରେ ବର୍ଦ୍ଧିତ ହିତାଧିକାରୀ ଓ ଅଧିକ ପେନସନ ପାଇଁ ପାଣ୍ଠି ବ୍ୟବସ୍ଥା କରିଛନ୍ତି ।
ଗ୍ରାମାଞ୍ଚଳର ବିକାଶ ପାଇଁ ‘ଆମ ଗାଁ ଆମ ବିକାଶ’ ପ୍ରକଳ୍ପ ସହ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଛାତ୍ରବୃତ୍ତି ପାଇଁ ବଜେଟରେ ଅର୍ଥ ବରାଦ ହୋଇଛି । ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ପାଇଁ ବିଜୁଳିକୁ ଅଗ୍ରାଧିକାର ଦିଆଯାଇଛି । ରାଜ୍ୟ ସରକାରଙ୍କର ସାର୍ବଜନୀନ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ପାଇଁ ବଜେଟରେ ପାଣ୍ଠି ବ୍ୟବସ୍ଥା ହୋଇଛି । ମେକ ଇନ ଓଡ଼ିଶାରେ ମିଳିଥିବା ପ୍ରତିଶ୍ରୁତି ଅନୁସାରେ କିଭଳି ଅଧିକ ପୁଞ୍ଜିନିବେଶ ହୋଇ ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ମିଳିବ ସରକାର ତାକୁ ମଧ୍ୟ ବଜେଟରେ ଫୋକସ୍‌ କରିଛନ୍ତି । ଆମ କାମ ହିଁ କଥା କହେ ବୋଲି ବେଶ୍‌ ଦମ୍ଭର ସହ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Copyright © 2022 - Summa Real Media Private Limited. All Rights Reserved.