ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପଡ଼ୋଶୀ ବିରୁଦ୍ଧରେ ନେପାଳ ମାଟିକୁ ବ୍ୟବହାର ହେବାକୁ ଦେବୁନି; ଆତଙ୍କବାଦ ବିରୋଧୀ ଲଢ଼େଇ ଆମ ଭାରତ ସହ ଅଛୁ: ନେପାଳ ସରକାର

Published By : Bijay Swain | May 9, 2025 4:57 AM

Image courtesy: indiatoday

ନୂଆଦିଲ୍ଲୀ: ଭାରତର ଆତଙ୍କବାଦ ବିରୋଧରେ ଲଢ଼େଇକୁ ସମର୍ଥନ ଜଣାଇଲା ପଡୋଶୀ ନେପାଳ। ଗୁରୁବାର ନେପାଳ ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ, ପହଲଗାମ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଛି। ଏବଂ ଆଞ୍ଚଳିକ ଶାନ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଲଢ଼େଇ ପ୍ରତି ତାହାର ଅଟଳ ସମର୍ଥନକୁ ଦୋହରାଇଛି ନେପାଳ।

ନେପାଳ କହିଛି “ଏହି ଦୁଃଖଦ ସମୟରେ ନେପାଳ, ଭାରତ ଏକ ହୋଇ ଠିଆ ହୋଇଛି। ଦୁଃଖ ଏବଂ ଯନ୍ତ୍ରଣାରେ ଏକ ହୋଇ ରହିଛି।” କେବଳ ଏତିକି ନୁହେଁ ଭାରତର ବିରୋଧରେ ନେପାଳ ଏହାର ମାଟିକୁ କେବେ ହେଲେ ବି ବ୍ୟବହାର ହେବାକୁ ଦେବ ନାହିଁ ବୋଲି ନେପାଳ କହିଛି। ସରକାର ଜୋର ଦେଇ କହିଛନ୍ତି ଯେ ନେପାଳ କୌଣସି ଶତ୍ରୁତାପୂର୍ଣ୍ଣ ତତ୍ତ୍ୱକୁ ପଡ଼ୋଶୀ ଦେଶମାନଙ୍କ ବିରୁଦ୍ଧରେ ନିଜ ମାଟି ବ୍ୟବହାର କରିବାକୁ ଦେବ ନାହିଁ। ଏବଂ ନିଜ ଅଞ୍ଚଳ ମଧ୍ୟରେ ସୀମାପାର ବିପଦକୁ ରୋକିବା ପାଇଁ ନିଜର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି ନେପାଳ।

ଆଞ୍ଚଳିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବାରେ ଏହାର ନୀତିଗତ ଦୃଷ୍ଟିକୋଣକୁ ଉଲ୍ଲେଖ କରି ମନ୍ତ୍ରଣାଳୟ କହିଛି "ନେପାଳ କୌଣସି ଶତ୍ରୁ ଶକ୍ତିକୁ ଏହାର ପଡ଼ୋଶୀ ଦେଶମାନଙ୍କ ବିରୁଦ୍ଧରେ ଏହାର ମାଟି ବ୍ୟବହାର କରିବାକୁ ଦେବ ନାହିଁ।"

ଏପଟେ ଗୁରୁବାର ରାତିରେ ପାକିସ୍ତାନ ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ ଜାରି ରଖିଛି। ଜମ୍ମୁ, ପଞ୍ଜାବ ଏବଂ ରାଜସ୍ଥାନରେ ଭାରତୀୟ ସହରଗୁଡ଼ିକୁ ଟାର୍ଗେଟ କରିଛି ପାକିସ୍ତାନ। ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ସମର୍ଥନ କରିଥିଲେ ସୁଦ୍ଧା ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବାକୁ ଭାରତ ଓ ପାକିସ୍ତାନକୁ ଅନୁରୋଧ କରିଛି ନେପାଳ। 

ନେପାଳ କହିଛି “ ଉତ୍ତେଜନା ହ୍ରାସ ହେବ ବୋଲି ନେପାଳ ଆଶା କରୁଛି ଏବଂ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି।”

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.