ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା

Published By : Prameya | May 23, 2025 7:13 AM

ଭୁବନେଶ୍ୱର,୨୩/୦୫: ରାଜ୍ୟରେ ପାଗ ବଦଳିଛି ।  ପ୍ରାକ୍‌ ମୌସୁମୀ ପ୍ରଭାବରେ ଆଂଶିକ ମେଘୁଆ ପାଗ, ହାଲୁକା  ପବନ, ଠାଏଠାଏ ହାଲୁକା ବର୍ଷା ହୋଇଛି । ଖସିଛି ତାତି । ପାଣିପାଗ ପୂର୍ବାନୁମାନ, ଦକ୍ଷିଣ-ପଶ୍ଚିମ ମୌସୁମୀର ବାଟ  ଅନୁକୂଳ ରହିଛି । ୨-୩ ଦିନ ଭିତରେ ମୌସୁମୀ କେରଳ  ଛୁଇଁବ । ଓଡ଼ିଶା ପାଇଁ ବଡ଼ କଥା ହେଲା, ଆସନ୍ତା ୨୭ ତାରିଖ  ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ଉତ୍ତର  ବଙ୍ଗୋପସାଗରରେ । ଏହି ସମ୍ଭାବ୍ୟ ଲଘୁଚାପ ହିଁ ମୌସୁମୀକୁ  ଓଡ଼ିଶାକୁ ଟାଣି ଆଣିପାରେ । ସମ୍ଭବତଃ ଚଳିତ ମେ ମାସର  ଶେଷ କିମ୍ବା ଜୁନ୍‌ ପହିଲା ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ । 

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ବିସ୍ତାରିତ  ଆକଳନ ବି ଏହି ଦିଗରେ ସଙ୍କେତ ଦେଖାଉଛି । ଆସନ୍ତା  ୨୭ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା  ଲଘୁଚାପ ପରବର୍ତ୍ତୀ ଦୁଇଦିନରେ ସାମାନ୍ୟ ଘନୀଭୂତ ବି  ହୋଇପାରେ । ଏହା ପ୍ରଭାବରେ ୨୭ ଓ ୨୮ ତାରିଖରେ ଓଡ଼ିଶାର  କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । 

ମେ ୨୯ରୁ  ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଆଇଏମଡି ଜାରି କରିଥିବା ପୂର୍ବାନୁମାନ  ଅନୁସାରେ, ଏହି ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବେଶ କରିପାରେ । ଯଦି ଏମିତି ହୁଏ, ତେବେ ଏହି ସମୟରେ ମୌସୁମୀ  ଓଡ଼ିଶା ପ୍ରବେଶ କରିବ । 

ସୋଆ ଜଳବାୟୁ ଓ ପରିବେଶ  (ସିଇସି) କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ  ପୂର୍ବାନୁମାନ ହେଲା, ଯଦି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଭଲ  ବର୍ଷା ହୁଏ, ତାହା ମୌସୁମୀ ଆଗମନ ପାଇଁ ସହାୟକ ହେବ ।  

ରାଜ୍ୟରେ ବର୍ତ୍ତମାନ ପାଗରେ ବଡ଼ ପରିବର୍ତ୍ତନ ଆସିଛି ।  କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନାହିଁ । ଉପକୂଳରେ  ବାଲେଶ୍ୱରକୁ ଛାଡ଼ିଦେଲେ ପ୍ରାୟ ସବୁଠି ପାରଦ ୩୨-୩୩  ଡିଗ୍ରୀ ଭିତରେ ଥିଲା । ପାଣିପାଗ କେନ୍ଦ୍ର ପୂର୍ବାନୁମାନ ହେଲା,  ଶୁକ୍ରବାରଠାରୁ ଗୁଳୁଗୁଳି ପ୍ରଭାବ ଏତେ ରହିବନି । ୨୪ ଘଣ୍ଟା  ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । 

ଶୁକ୍ରବାର ଅଳ୍ପ  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗଞ୍ଜାମ,ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବଜ୍ରପାତ ସହ ୪୦-୫୦ କିମି ବେଗରେ  ପବନ ଏବଂ ଧୂଳିଝଡ଼ ଆଶଙ୍କା ଅଛି । ୨୮ ତାରିଖ ପର୍ଯ୍ୟନ୍ତ  ଏଭଳି କାଳବୈଶାଖୀ ସମ୍ଭାବନା ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.