ଭୁବନେଶ୍ୱର,୦୪/୦୩: ୫ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଛୁଇଁଛି । ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାତି ୩୮.୬ ଡିଗ୍ରୀ ରହିବା ସହ ସବୁଠୁ ତତଲା ପାଲଟିଛି । ବଲାଙ୍ଗିରରେ ୩୮.୪ ଡିଗ୍ରୀ ରେକର୍ଡ ହୋଇଛି । ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାର ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୩୭ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୩୬.୪, ହୀରାକୁଦରେ ୩୬.୨ ଓ ଭୁବନେଶ୍ୱରରେ ୩୫ ଡିଗ୍ରୀରେ ପହଞ୍ଚିଥିଲା । ମଧ୍ୟାହ୍ନ ସମୟରେ ଅସହ୍ୟ ଖରା ଓ ତାତି ଅନୁଭୂତ ହୋଇଥିଲା ।
ମଙ୍ଗଳବାର ଓ ବୁଧବାର ପୁରୀ, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି । ଏହା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।