PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୧୮ରୁ ୨୦ ଯାଏଁ ପ୍ରବଳ ବର୍ଷା: ଅବପାତ ରୂପ ନେବ, ଭୀଷଣ ବର୍ଷିବ

ଭୁବନେଶ୍ଵର, ୧୭/୦୮ : ଲଘୁଚାପ ପ୍ରଭାବରୁ ରାଜ୍ୟରେ ବନ୍ୟା ଆସିଛି । ଅନେକ ଅଞ୍ଚଳ ବୁଡ଼ାଇଲାଣି । ବନ୍ୟା ପାଣି ଆଗକୁ ମାଡ଼ିଚାଲିଛି । ବନ୍ୟା ଭୟ ବଢୁଥିବାବେଳେ ଏହି ଭୟକୁ ଆତଙ୍କର ରୂପ ଦେଲାଣି ସମ୍ଭାବ୍ୟ ଲଘୁଚାପ । ପାଣି ସାମାନ୍ୟ ଖସୁଥିବାବେଳେ ପୁଣି ମାଡ଼ି ଆସିବ ବନ୍ୟା ପାଣି । ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ୧୮, ୧୯ ଓ ୨୦ ତିନି ଦିନ ରାଜ୍ୟରେ ପ୍ରବଳ ବର୍ଷିବ । ୧୯ ଓ ୨୦ରେ ଭୀଷଣ ବର୍ଷା ହେବ । ୨୦ ଓ ୨୧ରେ ଛତିଶଗଡ଼ରେ ଭାରୀ ବର୍ଷା ହେବ । ମହାନଦୀ ପୁଣି ଫୁଲିବ । ପାଣିପାଗ ବିଶେଷଜ୍ଞଙ୍କ ଏଭଳି ଆକଳନ ରାଜ୍ୟର ବନ୍ୟା ସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା ଆଣିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ୧୮ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ । ୧୯ ତାରିଖରେ ଓଡ଼ିଶା ସଂଲଗ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବ । ଏହା ପ୍ରଭାବରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । କେନ୍ଦ୍ରାପଡ଼ାରୁ ଗଞ୍ଜାମ ପର୍ଯ୍ୟନ୍ତ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାରେ ଭାରୀ ବର୍ଷା ହେବ । ୨୦ ତାରିଖରେ ଲଘୁଚାପ ଓଡ଼ିଶାର ସ୍ଥଳଭାଗ ଉପରେ ଥିବାବେଳେ ଘନୀଭୂତ ହୋଇ ଅବପାତ ରୂପ ନେବ । ଫଳରେ ସମ୍ବଲପୁରଠାରୁ ଦକ୍ଷିଣରେ ଥିବା ଜିଲ୍ଲାରେ ଭୀଷଣ ବର୍ଷା ହେବ । ୨୦ ଓ ୨୧ ତାରିଖ ସୁଦ୍ଧା ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଓ ନବରଙ୍ଗପୁରରେ ୮୦ରୁ ୧୨୦ ମିଲିମିଟର ବର୍ଷା
ହେବ ।

ଉପକୂଳ ଓଡ଼ିଶାର ପୁରୀ ଓ ଜଗତସିଂହପୁରରେ ବାକି ଅଞ୍ଚଳରେ ୫୦ରୁ ୭୦ମିମି ବର୍ଷା ହୋଇପାରେ । ଏହି ଅବପାତ କ୍ରମଶଃ ପଶ୍ଚିମ ଆଡ଼କୁ ମୁହାଁଇ ଛତିଶଗଡ଼ ଆଡ଼କୁ ଯିବ । ଛତିଶଗଡ଼ ଉପରେ ରହିବା ପର୍ଯ୍ୟନ୍ତ ଏହା ଅବପାତ ହୋଇରହିବ । ଏହାର ପ୍ରଭାବରୁ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ସମେତ ଏହାର ଉପନଦୀ ଓ ଶାଖା ନଦୀରେ ଜଳସ୍ତର ବଢ଼ିଯିବ ବୋଲି ପ୍ରଫେସର ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଭାରତୀୟ ପାଣିପାଗ ବି ଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ପୂର୍ବାନୁମାନ ଜାରି କରି କହିଛି, ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବ । ତେବେ ଘୂର୍ଣ୍ଣିବଳୟ ପ୍ରଭାବରୁ ୧୮ରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୨୦ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି କୁହାଯାଇଛି ।

ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ରାଜ୍ୟରେ ବନ୍ୟା ପରିସ୍ଥିତି ଥିବାବେଳେ ୧୮ରେ ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେବ । ୧୮ରେ ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୯ରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପଶ୍ଚିମ ଓ ଉତ୍ତର ଓଡ଼ିଶାର ଜିଲ୍ଲା, ମହାନଦୀର ଉପର ଓ ତଳ ଅଞ୍ଚଳରେ ୧୯ ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।